ଆଧୁନିକତାର ବିକାଶ
କରି ଚାଲିଛି ମଣିଷ ଆବିଷ୍କାର ଆଉ ନୂଆ ନୂଆ ଉଦ୍ଭାବନନା। ସମୟ ସହିତ ତାଳ ଦେଇ ନିଜର ଚାହିଦା ମେଣ୍ଟାଇବାକୁ ଏବଂ ଏକ ସୁଖ ସ୍ବଚ୍ଛନ୍ଦମୟ ଜୀବନ ଅତିବାହିତ କରିବାକୁ। ଏଥିପାଇଁ ତା'ର ନିରନ୍ତର ପ୍ରଚେଷ୍ଟା ଏବଂ ଅଧ୍ୟବସାୟ ନିଶ୍ଚିତ ରୂପେ ସ୍ବାଗତଯୋଗ୍ୟ। ଇତିହାସକୁ ରୋମନ୍ଥନ କଲେ ଆମେ ଏହି ସିଦ୍ଧାନ୍ତରେ ଉପନୀତ ହେବୁ, ଧ୍ବଂସ ପାଇଛି ସେଇ ପ୍ରଜାତି ଯିଏ ସମୟ ସହିତ ତାଳ ଦେଇ କରି ପାରି ନାହିଁ ସଂଘର୍ଷ।ଏଥିପାଇଁ ପ୍ରଚେଷ୍ଟା ଜାରି ରହୁ ଯାହାକି ସ୍ବାଗତଯୋଗ୍ୟ।
ସୁଖ ସମୃଦ୍ଧି ନାମରେ ମଣିଷ ଆବଶ୍ୟକତା ଠାରୁ ମାତ୍ରାଧିକ ସୁଖକୁ ଉପଭୋଗ କରିବାର ପ୍ରୟାସ ସମିଚୀନ କି? ଏଇ ଉତ୍ତର ଖୋଜିବାର ପ୍ରୟାସ ସହିତ ରୋଟି, କପଡା, ମକାନ, ଶିକ୍ଷା ଏବଂ ସ୍ବାସ୍ଥ୍ୟସେବା ବିଷୟରେ ଆଲୋକପାତ କରିବା।
କ୍ରମବର୍ଦ୍ଧିଷ୍ଣୁ ଲୋକସଂଖ୍ୟାକୁ ଆଖି ଆଗରେ ରଖି ଆବିଷ୍କାର କଲା ମଣିଷ ଅଧିକ ଅମଳକ୍ଷମ ବିହନ, ଉତ୍ପାଦନ ବୃଦ୍ଧିର ସହାୟକ ପାଇଁ ସାର କୀଟନାଶକ ଔଷଧ ଇତ୍ୟାଦି। ସେ ସବୁର ପ୍ରୟୋଗ ପରେ ହୃଦୟଙ୍ଗମ କରୁଛି ଆଜି ପରୋକ୍ଷରୂପେ ମଣିଷ ଶରୀରରେ ତା'ର କୁପ୍ରଭାବ। ମାଟିର ଉର୍ବରତା ବଜାଇ ରଖି ଗୋବର, ଖତ, ହାଡ ଏବଂ ଜୈବିକ ସାରର ପ୍ରୟୋଗ ବିଷୟରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାରେ କାଳ ବିଳମ୍ବ କଲା ଏବଂ ବର୍ତ୍ତମାନ ମଧ୍ଯ ଏହାର ଗୁରୁତ୍ବକୁ ସମ୍ପୂର୍ଣ୍ଣ ରୂପେ ଉପଲବ୍ଧି କରି ନାହିଁ। ନିଜର ସଂକୀର୍ଣ୍ଣ ସ୍ବାର୍ଥକୁ ଚରିତାର୍ଥ କରିବା ପାଇଁ, ସାମାନ୍ୟ ଅର୍ଥଲୋଭକୁ ସଂବରଣ କରି ସମାଜର କ୍ଷତିସାଧନ କରିବାକୁ ମଧ୍ୟ ପଛଘୁଞ୍ଚା ଦେଲା ନାହିଁ। ଯାହାର ଫଳସ୍ୱରୂପ କୃତ୍ରିମ ହରମୋନ ଜରିଆରେ ପନିପରିବା ଇତ୍ୟାଦିର ଶୀଘ୍ର ଆକାର ଏବଂ ଓଜନର ବୃଦ୍ଧି କରି ଖୁବ୍ କମ୍ ସମୟରେ ମୋଟା ଅର୍ଥର ଆମଦାନୀ କରିବାକୁ ସମର୍ଥନ କଲା। ପ୍ରଶ୍ନ ଉଠେ ଏହା କଣ ମାନବ ଜାତିର କଲ୍ୟାଣକାରୀ ?? ଏହା କଣ ଆବଶ୍ୟକତା ଅନୁଯାୟୀ ଆମର ବୈଜ୍ଞାନିକ ଆବିଷ୍କାର ଏବଂ ଉଦ୍ଭାବନନାର କରୁଣ ପରିଣତି?? କେବଳ ପନିପରିବା କାହିଁକି ମାଛ, ମାଂସ, ଅଣ୍ଡା ସବୁଥିରେ ଦେଖିବାକୁ ମିଳୁଛି ଏଇ କୃତ୍ରିମତାର ଝଲକ।
" ଆପଣା ହସ୍ତେ ଜିହ୍ୱା ଛେଦୀ ,
କେ ହୁଏ ତାର ପ୍ରତିବାଦୀ "
ନିଜର ବାସଗୃହ ସ୍ଥାପନ ପାଇଁ ନଷ୍ଟ କରି ଚାଲିଲା ଶହ ଶହ ଗଛ ଲତା ଏବଂ ଜଂଗଲ ସମ୍ପଦ, ହେଲେ ଅବହେଳା ପ୍ରଦର୍ଶନ କରି ଚାଲିଲା ସେ ସବୁର ପୁନରୁଦ୍ଧାର ପାଇଁ। ନଷ୍ଟ ହେଲା ପ୍ରକୃତିର ଭାରସାମ୍ଯ। ସମୟ ଥାଉ ଥାଉ ମଣିଷ ଯଦି ସଚେତନ ନ ହୁଏ ବର୍ତ୍ତମାନ ପରିସ୍ଥିତିର କରୋନା ମହାମାରୀ ପରି ଆହୁରି ଅନେକ ଘାତକ ରୋଗ ଧରାପୃଷ୍ଠକୁ ଆସିବ। ପ୍ରକୃତି ତା ନିଜ ଢାଞ୍ଚାରେ ସନ୍ତୁଳନ ରକ୍ଷା କରିବାକୁ କାହିଁକି ବା ପଛଘୁଞ୍ଚା ଦେବ??
ଶିକ୍ଷା କ୍ଷେତ୍ରରେ ମଧ୍ୟ ଆଜିର ଅଧିକାଂଶ ଯୁବା ପିଢି ପରିଶ୍ରମ କାତର।ପରିଶ୍ରମ କରି ମୌଳିକ ତଥ୍ୟକୁ ବୁଝିବା ପାଇଁ ଆଗ୍ରହ ନାହିଁ। କେତେ କମ୍ ପରିଶ୍ରମ କରି ସଟ୍ କାଟ୍ ଉପାୟରେ କିପରି ପରୀକ୍ଷାରେ ଅଧିକ ନମ୍ବର ରଖି ହେବ ତା ଉପରେ ଦେଉଛନ୍ତି ଅଧିକ ଗୁରୁତ୍ବ। ଅଧିକ ନମ୍ବର ରଖିବାର ଆବଶ୍ୟକତା ନିଶ୍ଚିତ ରହିଛି କିନ୍ତୁ ତା'ର ଅର୍ଥ ନୁହଁ ମୌଳିକ ଜିନିଷକୁ ନ ବୁଝି ସେଥିପ୍ରତି ଅବହେଳା ପ୍ରଦର୍ଶନ କରିବା।
ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ମଧ୍ୟ ଆଧୁନିକତାର କବଳରୁ ବାଦ୍ ପଡି ନାହିଁ। ଯେତେବେଳେ ଜଣେ ଡାକ୍ତର ବିଶ୍ବବିଦ୍ୟାଳୟରୁ ନେଇଥାଏ ଡିଗ୍ରୀ ସେତେବେଳେ ସେ କରିଥାଏ ପ୍ରତିଜ୍ଞା କରିବ ବୋଲି ନିଜକୁ ଉତ୍ସର୍ଗ ମଣିଷର ସେବା ଏବଂ କଲ୍ୟାଣ ପାଇଁ। ଖୁବ୍ କ୍ବଚିତ ଡାକ୍ତରଙ୍କ ପାଖରେ ଏଇ ସେବା ମନୋବୃତ୍ତିର ଭାବ ଆଜି ଦେଖିବାକୁ ମିଳେ। ଆବଶ୍ୟକତାଠାରୁ ଅଧିକ ପାଥୋଲୋଜିକାଲ ପରୀକ୍ଷା ପାଇଁ ଲେଖିବା। ଅସ୍ତ୍ରୋପଚାରର ଆବଶ୍ୟକତା ନଥିଲେ ମଧ୍ୟ ସେଥିପାଇଁ ବାଧ୍ୟ କରାଇବା। ଯଦି ଆପଣଙ୍କର କେହି ଗର୍ଭବତୀ ଚିକିତ୍ସା ହେଉଥାନ୍ତି ନର୍ମାଲ ଡେଲିଭରି ଆଜିକାଲି ଦିବାସ୍ୱପ୍ନ, ସାମାନ୍ୟ ଅର୍ଥଲୋଭକୁ ସଂବରଣ କରି ନପାରି ସିଜରିଆନ ଡେଲିଭଭାରି କରାଇବା ଫେସନ୍ ପାଲଟି ଯାଇଛି।
ପ୍ରକୃତରେ ପ୍ରଗତି ନାମରେ ମଣିଷ ଆଜି ମାନବିକ ମୂଲ୍ୟବୋଧକୁ ହରାଇ ବସିଛି। ଉତ୍ପାଦନ ବୃଦ୍ଧି ସହିତ ମାଟିର ଉର୍ବରତାକୁ ଅକ୍ଷୁର୍ଣ୍ଣ ରଖି ଜୈବିକ ସାର ଉପରେ ଗୁରୁତ୍ବ ଦେବାର ସମୟ ଆସିଛି। ରାତାରାତି ଧନୀ ପାଲଟି ଯିବାର ଲାଳସା ନରଖି ଜନ ହିତକାରିଣୀ ମନୋଭାବକୁ ପୁନର୍ଜୀବିତ କରିବାକୁ ପଡିବ। ଅବଶ୍ୟ ବହୁ ଦିନ ପରେ ଏବେ ନୂତନ ଶିକ୍ଷାନୀତି ପ୍ରଣୟନ କରା ଯାଇଛି। ଏକ କୋମଳମତି ଶିଶୁକୁ ଗଢି ତୋଳିବାକୁ ହେଲେ ଶୈଷବ ଅବସ୍ଥାରେ ତାକୁ ଶିଖାଇବାକୁ ପଡିବ "ଜୀବନର ଅର୍ଥ କେବଳ ମୋଟା ଅର୍ଥ ରୋଜଗାର ନ ହେଉ। ନିଜର ହିତ ସହିତ ସମାଜର କଲ୍ୟାଣକାରୀ ଚିନ୍ତାଧାରାର ପ୍ରବାହରେ ସେ ଯେପରି ପ୍ରବାହିତ ହେଉ। ଆମ ଦେଶର ସଂସ୍କୃତି ଏବଂ ଚିନ୍ତାଧାରା ଯାହା ସମଗ୍ର ବିଶ୍ୱର କଲ୍ୟାଣ ପାଇଁ ଉଦ୍ଦିଷ୍ଟ ତାହା ଉଚିତ୍ ସମୟରେ ପ୍ରଦାନ କରାଯାଉ।
" ସର୍ବେ ଭବନ୍ତୁ ସୁଖୀନଃ , ସର୍ବେ ସନ୍ତୁ ନିରାମୟା ,
ସର୍ବେ ଭଦ୍ରାଣୀ ପଶ୍ୟନ୍ତୁ ,ମା କଶ୍ଚିଦ୍ ଦୁଃଖ ଭାଗ୍ ଭବେତ୍ "
ପ୍ରାଥମିକ ସ୍ତରରେ ବିଦ୍ୟାଳୟ ମାନଙ୍କରେ (ମୋରାଲ୍ ସାଇନ୍ସ) ନୈତିକ ଶିକ୍ଷାର ପ୍ରଚଳନ ଜରିଆରେ ମାନବିକ ମୂଲ୍ୟବୋଧ ଚେତନାର ବିକାଶ କରାଯାଇ ରାଷ୍ଟ୍ରୀୟ ବିକାଶ, ସମାଜର ବିକାଶ ସର୍ବୋପରି ମାନବିକତାର ବିକାଶରେ ଅନୁପ୍ରାଣିତ କରାଯାଉ। ଏହାହିଁ ହେବ ପ୍ରକୃତ ଆଧୁନିକତାର ବିକାଶ ।
ଭାସ୍କର ଚନ୍ଦ୍ର ଖଣ୍ଡା
ଜଗନ୍ନାଥ ନଗର ,ଭୁବନେଶ୍ୱର

ସମାଜରେ ସାହିତ୍ୟିକର ସ୍ଥାନ
ଯିଏ ଆମ ସହିତ ଅନ୍ତୁଡି ଶାଳରୁ ଅନ୍ତିମ ସ୍ଥାନ ଯାଏ ରହିଥାଏ ତାକୁହିଁ ସାହିତ୍ଯ କୁହାଯାଏ ଯିଏ ମାର୍ଗ ଦର୍ଶକ ହୋଇ ପଥ ଦେଖାଏ ସେହିଁ ସାହିତ୍ୟିକ। ସାହିତ୍ଯ ସମାଜର ଦର୍ପଣ । ଦର୍ପଣରେ ଯେପରିସମସ୍ତଙ୍କ ମୁହଁ ଦିଶେଠିକ୍ ସେମିତି ମଣିଷର , ମଣିଷ ସମାଜର ମୁହଁ ସାହିତ୍ଯରେ ହିଁ ପ୍ରତିବିମ୍ବିତ ହୁଏ ।
ତେଣୁ ଜନ୍ମରୁ ମରଣ ଏବଂ ମରଣରୁ ଜନ୍ମ ଯେଉଁ ପାଠ ସହିତ ଆମେ ଘନିଷ୍ଠ ଭାବେମିଶିଥାଉ ତାକୁ କୁହାଯାଏ ‐ ସାହିତ୍ୟ ା ସାହିତ୍ୟିକର ଲେଖନୀମୂନ ଶକ୍ତି ଯେପରି ସ୍ବାଧୀନ ସେପରି ବଳିଷ୍ଠ ମଧ୍ୟ, କାରଣ ଶାସନର ଦୋଷଦୁର୍ବଳତାକୁ ଅଙ୍ଗୁଳି ନିର୍ଦ୍ଦେଶକରି ସେଚରମ ଦୁର୍ଦ୍ଦଶାରସମ୍ମୁଖୀନ ହୁଏ; ମାତ୍ର ମଥା ଅବନତ କରିଦିଏ ନାହିଁ । ପଦଲେହନକରି କ୍ଷମତାସୀନ ହେବାକୁ କେବେ ହେଁ ସେ ଚାହେନି ା
ଏହାର ସାମାଜିକ ଓନୈତିକ ଶକ୍ତିରତୁଳନା ନାହିଁ । ସାହିତ୍ୟରେ ସାହିତ୍ୟିକ ସମାଜଜୀବନର ସକଳ କଳଙ୍କକାଳିମାକୁ ପୋଛି ନିର୍ମଳକରିଦିଏ ,ଶବକୁ ଶିବରେ ରୁପାନ୍ତରିତ କରିଦିଏମିଥ୍ଯାରେ ଘଟାଟୋପ ଖୋଲିଦେଇ ସତ୍ୟକୁ ସିଂହା ସନରେ ଆସୀନକରିଦିଏ , ସାହିତ୍ଯଶକ୍ତି ଗର୍ଜନଛାଡେ , ଅନାଚାର ଉପରକୁ କୁଦିପଡି ତାକୁତା'ର ଶାଣିତ ନଖଦନ୍ତରେ ଲହୁଲୁହାଣ କରିଦିଏ ।
ସାହିତ୍ୟିକର ଏଇ ଆକ୍ରମଣ କଦାପି ବିଫଳ ହୁଏ ନାହିଁ ା ସେପାପା ଚାରି ରାମଚନ୍ଦ୍ର ମଙ୍ଗରାଜକୁ ନେଇ ଜେଲ୍ ରେ ଆବଦ୍ଧ କରିଦିଏ ।
ତା'ନାକକୁ ପାଗଳଭଗିଆଦ୍ବାରା କାମୁଡାଇ ତାକୁରକ୍ତାକ୍ତ କରେ ଓବନ୍ଦୀ ଲୋକମାନଙ୍କଦ୍ବାରା, ତାକୁ ନିସ୍ତୁକ ମାଡଚଢାଏ |
ଗୋବିନ୍ଦଭଣ୍ତାରୀର ଖୁରରେ ପିଶାଚୀ ଚମ୍ପାର ବେକକୁ କାଟେ , ସେହିପରି ସାହୁକାରର ବେକରେ ପଡେ ବଣୁଆକନ୍ଧର କୁରାଢୀଚୋଟ । ଯୁଗବଦଳେ ା ରୁଚିରପରିବର୍ତ୍ତନହୁଏ | ସମାଜ‐ ନଦୀରେ ନୂଆସ୍ରୋତଛୁଟେ ା ସମାଜର ମୁଲ୍ୟବୋଧ ବଦଳିଯାଏ | ସତ୍ଯଓ ନ୍ଯାୟର ସିଂହାସନରେ ଦାଉଦାଉ ହୋଇ ଜଳିଉଠେ ସାହିତ୍ୟିକର ସାହିତ୍ଯର ସୁବର୍ଣ୍ଣ ମୁକୁଟ । ମାତ୍ର କବିବା ସାହିତ୍ୟିକ ହେଉଛନ୍ତିପ୍ରଜାପତି ବ୍ରହ୍ମ ାନିଜରଶକ୍ତିବଳରେ ଜଗତର ସକଳ ଜୀବଓବସ୍ତୁକୁ ସେତାର ସାହିତ୍ୟ ସାମ୍ରାଜ୍ୟରେରୂପାୟିତକରିପାରେ | ପୁନଶ୍ଚ ଜଗତର ସକଳକୁତ୍ସିତ ବସ୍ତୁତା'ର ଲେଖନୀରେ ମଧୁର ସୁନ୍ଦର,ମନୋଜ୍ଞରୂପ ସୁଷମାରେ ବିମଣ୍ତିତ ହୋଇଥାଏ |ସାହିତ୍ଯରେ ସାହିତ୍ଯିକ ସମାଜର ସମସ୍ତଙ୍କ ସୁଖଦୁଃଖରେ ଅଂଶଗ୍ରହଣକରେ ା
ଦୁଃଖିକୁ ସମବେଦନା ଜଣାଏ,ଶୋଷିତ ଓନିଷ୍ପେସିତପାଇଁ ସଂଗ୍ରାମକରେ।ଦଳିତଓ ଘ୍ରୁଣିତ ମଥାରେ ସେଆଙ୍କିଦିଏ ଶ୍ରଦ୍ଧା ଓସମ୍ମାନରତିଳକ ଅତଏବ ସାହିତ୍ଯ ରେସାହିତ୍ୟିକର ସାମ୍ରାଜ୍ୟ ଶାଶ୍ବତ,ସମୁଦାରଓସାର୍ବଜନୀନ ।ସାରସ୍ବତ ଶକ୍ତିଦୁର୍ବଳହେଲେ, ଜାତୀୟଶକ୍ତିମଧ୍ୟ ଦୁର୍ବଳ ହୋଇଯାଏ | ସମାଜର ସାଂସ୍କୁତିକ ବିକାଶ ପାଇଁ ମଧ୍ୟ ଏହି ଶକ୍ତିର ଗୁରୁତ୍ବ ଅନସ୍ବୀକାର୍ଯ୍ଯ | ସମଗ୍ରବିଶ୍ବ, ଠୁ ନେଇ ପରିବାର ସମାଜ ଏକଓ ଅଭିନ୍ନ କରି ଗଢି ତୋଳିବାରେ ସାହିତ୍ଯ ରେ ସାହିତ୍ୟିକର ଭୂମିକା ସମାଜରେ ଯେ ମୁଖ୍ୟ ଏହା ସର୍ବବାଦୀ ସମ୍ମତ ।
ଶୋଭାଗିନୀ ନନ୍ଦ
ଜୟପୁର ,କୋରାପୁଟ
ସମାଜ ଉନ୍ନତିରେ ନାରୀମାନଙ୍କ ଭୂମିକା
" ଯା ଦେବୀ ସର୍ବଭୂତେଷୁ ଶକ୍ତି ରୂପେଣ ସଂସ୍ଥିତା ,
ନମସ୍ତସୈ ନମସ୍ତସୈ ନମସ୍ତସୈ ନମୋ ନମଃ "
ଭାରତୀୟ ବୈଦିକ ସଂସ୍କୃତିରେ ନାରୀରସ୍ଥାନ ଓ ଭୂମିକା ଖୁବ୍ ଗୁରୁତ୍ବପୂର୍ଣ୍ଣ ଥିଲା । ତାହାର ପ୍ରେମ,କରୁଣା,ଦୟା,ସ୍ନେହ ପ୍ରେରଣାର ଉତ୍ସ ଥିବା ବେଲେ ହେବା ଓ ତ୍ୟାଗର ମୂର୍ତ୍ତିମନ୍ତ ଦେବୀରୂପେ ବିବେଚନା କରାଯାଉଥିଲା । କାବ୍ୟମାନଙ୍କରେ ନାରୀକୁ ଦେବତୁଲ୍ୟ ଆସନରେ ସ୍ରଷ୍ଟାମାନେ ଅଳଙ୍କୃତ କରୁଥିଲେ ।
" ଯତ୍ର ନାର୍ଯ୍ୟସ୍ତୁ ପୂଜ୍ୟନ୍ତେ ,
ରମନ୍ତେ ତତ୍ର ଦେବତାଃ "
ଯେଉଁଠାରେ ନାରୀମାନଙ୍କୁ ପୂଜା କରାଯାଏ , ସେହି ସ୍ଥାନରେ ଦେବତାମାନେ ଉପସ୍ଥିତ ରହି ଆଶିଷ ପ୍ରଦାନ କରନ୍ତି ।ସେହି କ୍ଷେତ୍ରକୁ ବୈକୁଣ୍ଠ ସହ ତୁଳନା କରାଯାଏ ।
ବର୍ତ୍ତମାନ ସମାଜରେ ସମାଜର ଉନ୍ନତି ସକାଶେ ନାରୀମାନଙ୍କର ଭୂମିକା ବେଶ୍ ଗୁରୁତ୍ବପୂର୍ଣ୍ଣ ।ନର ଓ ନାରୀ ଏକ ମୁଦ୍ରାର ଦୁଇଟି ପାର୍ଶ୍ବ । ସମସ୍ତ କ୍ଷେତ୍ରରେ ପୁରୁଷମାନଙ୍କ ପରି ନାରୀମାନେ ନିଜର ନିଷ୍ଠା ଓ କର୍ତ୍ତବ୍ୟ ବଳରେ କାର୍ଯ୍ୟଟିକୁ ସୂଚାରୁରୂପେ ସଂପାଦନା କରିପାରୁଛନ୍ତି ।ସମାଜର ସମସ୍ତ କ୍ଷେତ୍ର ଯଥା-ଶିକ୍ଷା,ସ୍ବାସ୍ଥ୍ୟ, ଗମନାଗମନ , କୃଷି , ଶିଳ୍ପ , ରାଜନୀତି ,ବାଣିଜ୍ୟ ଇତ୍ୟାଦିରେ ନିଜର ସାମର୍ଥ୍ୟକୁ ଉଦ୍ଭାସିତ କରିପାରୁଛନ୍ତି ।
ନାରୀଟିଏ ସମସ୍ତ ଦୁଃଖ ଯନ୍ତ୍ରଣାକୁ ହୃଦୟରେ ଲୁକ୍କାୟିତ ରଖି ଅନ୍ୟ ମୁଖରେ ହସ ପ୍ରଦାନ କରିଥାଏ । କନ୍ୟାରୂପେ ଗୋଟେ ପରିବାରକୁ ଆନନ୍ଦିତ କରୁଥିବା ବେଲେ ଦୁହିତା ରୂପରେ ଦୁଇଟି ପରିବାରକୁ ସଂପର୍କ ବନ୍ଧନେ ଯୋଡି ସ୍ନେହ,ଶ୍ରଦ୍ଧା ବାତାବରଣ ସୃଷ୍ଟି କରେ । ତାହାର ନିଷ୍ଠା,ତ୍ୟାଗ ଓ ସେବାର ପଟାନ୍ତର ନାହିଁ ।ସେ କଲ୍ୟାଣମୟୀ ଭାବେ ସଦାସର୍ବଦା ସମାଜର ମଙ୍ଗଳ କାମନା କରିଥାଏ ।
ଗାଁ ଠାରୁ ସହର ସବୁ ସ୍ଥାନରେ ନାରୀମାନେ ସମାଜର ହୀତ ସାଧନ ପାଇଁ ଚେଷ୍ଟାରତ ।ନାରୀ ସଶକ୍ତିକରଣ ସକାଶେ ସ୍ବୟଂସହାୟକ ଗୋଷ୍ଠୀମାଧ୍ୟମରେ ନିଜସ୍ବ ପରିବାରର ଆର୍ଥିକ ସ୍ଥିତିକୁ ସୁଦୃଢ କରି ପାରୁଛନ୍ତି ।ଜୁଆ,ନିଶା,ଅସାମାଜିକ କାର୍ଯ୍ୟ ପ୍ରତି ପ୍ରତିବାଦର ସ୍ବର ଉତ୍ତୋଳନ କରି ସମାଜ ଗଠନରେ ନିଜର ସ୍ଥିତିକୁ ବଜାୟ ରଖିପାରୁଛନ୍ତି । ଶିକ୍ଷା କ୍ଷେତ୍ରରେ ନୂତନ ଚିନ୍ତାଧାରା,ସ୍ବାସ୍ଥ୍ୟବସ୍ଥା ପ୍ରତି ଯତ୍ନଶୀଳ ମନୋଭାବ,ବାଳିକାବିବାହକୁବିରୋଧ,ପରିବାରସୁଦୃଢିକରଣ,କୃଷିକ୍ଷେତ୍ରରେ ସକ୍ରିୟ ଯୋଗଦାନ,ଗବେଷଣା ଓ ବୈଷୟିକ ପ୍ରତି ସ୍ବତନ୍ତ୍ରତା ଆଗ୍ରହ ମନୋଭାବ ପୋଷଣ,ସୀମା ସୁରକ୍ଷରେ ନିଜର ପାରଦର୍ଶିତା ପ୍ରଦର୍ଶନ, ଅର୍ଥନୈତିକ ଓ ରାଜନୈତିକ ସଂକଟରେ ସୁଦକ୍ଷ ଚିନ୍ତାଶକ୍ତି ପ୍ରଦର୍ଶନ ଇତ୍ୟାଦିକୁ ପରୋକ୍ଷ କିମ୍ବା ପ୍ରତ୍ୟକ୍ଷଭାବେ ଯୋଗଦାନ କରି ସମାଜର ସ୍ଥିତିକୁ ସୁଦୃଢ କରିଥାନ୍ତି ।
ସମାଜ ଗଠନରେ ନାରୀର ଭୂମିକା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ।ସେ ଯେତେ ପରିମାଣରେ ଶିକ୍ଷିତା ହେବ,ତହିଁରୁ ଯଥେଷ୍ଟ ପରିମାଣରେ ସଚେତନ ହୋଇ ସମାଜ ହୀତସାଧନର ନିଜକୁ ବ୍ରତି କରିପାରିବ ।ଉଚ୍ଚ ପଦବୀରେ ଅଳଙ୍କୃତ ହୋଇ ଜନହୀତେ ସମୟ ଅତିବାହିତ କରିପାରିବ ।ସମାନତା କ୍ଷେତ୍ରରେ ନିଜର ପରାକାଷ୍ଠା ସଂପାଦନ କରିବା ସଂଗେ ସଂଗେ ଏକ ଉତ୍କୃଷ୍ଟ ସମାଜର ମୂଳଦୁଆ ସ୍ଥାପନ କରିପାରିବ ।ଏକ ନୂଆଁ ସକାଳର ସୃଷ୍ଟି କରି ସମାଜ ତଥା ଦେଶକୁ ବିକାଶ କ୍ଷେତ୍ରରେ ବିକଶିତ କରିପାରିବ ।
ନାରୀ ଅବଳା କି ଦୁର୍ବଳା ନୁହେଁ ।ମା ରୂପେ ଲାଳନପାଳନ କରୁଥିବା ବେଳେ କାଳୀରୂପେ ଦୁଃଷ୍ଟ ସଂହାର କରିଥାଏ ।ତା'ର ସକ୍ରିୟ ଉପସ୍ଥିତି ଗୋଟେ ଅପପୃଷ୍ଟ ସମାଜକୁ ହୃଷ୍ଟପୃଷ୍ଟ କରିଥାଏ ।ସୁଖ ସମୃଦ୍ଧି ରଂଗରେ ସମାଜକୁ ରଂଗାୟୀତ କରିଥାଏ ।
ବାଙ୍କ ବିହାରୀ ମହାକୁର
ବୁରୁବୁଡ଼ା , ସୁବର୍ଣ୍ଣପୁର

ଆଧ୍ୟାତ୍ମିକ ବିଚାର ଓ ବିଜ୍ଞାନ
ବିଜ୍ଞାନ ବସ୍ତୁତ ବାସ୍ତବତା ପ୍ରତିପାଦନର ଉତ୍କୃଷ୍ଟ କଳା।ଯେଉଁଟି ସତ୍ୟତା ଉନ୍ମୋଚନ କରିବାକୁ ସକ୍ଷମ ହୋଇଥାଏ ତାହା ବିଜ୍ଞାନ, ପୁନଶ୍ଚ ଯାହା ଘଟୁଥିଲା ଘଟିଥାଏ ତା ସମ୍ପର୍କରେ ବିସ୍ତୃତ ସତ୍ୟ ପରିପ୍ରକାଶ କରିଥାଏ ହିଁ ବିଜ୍ଞାନ।ଅତଏବ ବିଜ୍ଞାନ କଥାବସ୍ତୁକୁ ସାହିତ୍ୟର ପୁଟ ଦେଇ ସାଧାରଣ ଲୋକଙ୍କର ଚିନ୍ତାଧାରାର ଉନ୍ମେଷ କରେ।ବିଜ୍ଞାନ ସବୁବେଳେ ଥିଲା ଅଛି ଓ ରହିଥିବ।କାରଣ ବିଭିନ୍ନ ଘଟଣାର ଅନ୍ତଃ ସ୍ଥଳକୁ ଯାଇ ସତ୍ୟ ନିରୂପଣ କରି ନୂତନ ଜିନିଷ ସୃଷ୍ଟି କରିଥାଏ ସର୍ବଦା ହିଁ ବିଜ୍ଞାନ।ମଣିଷର ସର୍ବଦା ପ୍ରତ୍ୟେକ ଘଟଣାର ସତ୍ୟତା ଖୋଜିଥାଏ ସେହିମଧ୍ୟରୁ ବିଜ୍ଞ ମସ୍ତିଷ୍କ ହିଁ ସୃଷ୍ଟି କରେ ବିଶେଷ ଜ୍ଞାନର ସ୍ୱତନ୍ତ୍ର ମର୍ଯ୍ୟାଦା।ମଣିଷ ବିଜ୍ଞାନ ର ବିଭିନ୍ନ ଆବିଷ୍କାର ଓ ଉଦ୍ଭାବନ ଦ୍ୱାରା ଆଜି ବିଶ୍ୱର ଶ୍ରେଷ୍ଠତ୍ଵ ହାସଲ କରିଛି।ସେ ଖୋଜିଛି ଜଳ ସ୍ଥଳ ଆକାଶରେ ଅନେକ ଲୁକ୍କାୟିତ ତଥ୍ୟ।ଏସବୁ ପରେ ସେ ପାଇଛି ଅନେକ କିଛି କିନ୍ତୁ ହରେଇଦେଛି ବି ଅନେକ କିଛି।ସେ ବିଜ୍ଞାନ ରୁ ଅର୍ଥନୈତିକ ବସ୍ତୁଗତ ସ୍ୱାଚ୍ଛନ୍ଦ ଲାଭ କରିଛି ସତ୍ୟ ହେଲେ ଶାନ୍ତି ଶ୍ରଦ୍ଧା ପ୍ରେମ ଏହି ତିନୋଟି ଅମୁଲ୍ୟରତ୍ନ କୁ ହାତଛଡା କରିନି ବରଂ ଏଥିରୁ କିଛି ନିବୃତ୍ତ ହୋଇଯାଇଛି।
ଆଧ୍ୟାତ୍ମିକତା ମଣିଷର ଶ୍ରେଷ୍ଠ ଦର୍ଶନ ,ଆଧ୍ୟାତ୍ମିକ ହିଁ ପ୍ରତ୍ୟେକ ବିଦ୍ୟାର ମୂଳ ମନ୍ତ୍ର ,ସେହିଥିରୁସେ ସୃଷ୍ଟିକରିଥିଲା ସାହିତ୍ୟ ,ଯାହା ତାକୁ ଅମୃତର ଆସ୍ଵାଦନ କରେଇଥିଲା।ଆଧ୍ୟାତ୍ମିକତା ତାକୁ ଦେଇଥିଲା ବୈଜ୍ଞାନିକ ଠାରୁ ଅଧିକ ସୂକ୍ଷ୍ମ ଅନୁଚିନ୍ତା ,ସେ ସୃଷ୍ଟିକରିଥିଲା ସଂସ୍କୃତି ର ଏକ ବିରାଟ ଅଟ୍ଟାଳିକା।ତେଣୁ ଭାରତବର୍ଷର ସଂସ୍କୃତି ବିଶ୍ୱର ସମସ୍ତ ସଂସ୍କୃତି ଠାରୁ ବହୁତ ଉଚ୍ଚା।ଏହାକୁ ଆକ୍ଷରିକ ଭାବରେ ବୁଝିବାକୁ କୁହାଯାଇପାରେ ଯେଉଁକୃତି ବ୍ୟକ୍ତିର ମାନସ ସ୍ତରକୁ ଏକ ସ୍ୱତନ୍ତ୍ର ଆସ୍ଥା ଦେଇକରି ତାର ସାମୁହିକ ଉନ୍ନତି କରିଥାଏ ତାହାହିଁ ଆଧ୍ୟାତ୍ମିକତା ।କେତେକ ଏହାକୁ ଧର୍ମର ଭିନ୍ନବାଦ ମଧ୍ୟରେ ଯୋଡି ଦେଖିଥାନ୍ତି,ଧର୍ମ ଏକ ବାଦର ନମୁନା।
କୋୖଣସି ବିଜ୍ଞ ବ୍ୟକ୍ତିଙ୍କର ସ୍ଵ ଦର୍ଶନର ଅଭିବ୍ୟକ୍ତି ଯାହା ଅନ୍ୟକୁ ଆକର୍ଷିତ କରିଥାଏ ତାହା ଈଶ୍ୱରବାଦୀ ହୋଇଥାଏ ତାହାହିଁ ଧର୍ମ ।ଧର୍ମ ଏକତ୍ରିତ କରିଥାଏ।ଧର୍ମ ଏକ ସାମାଜିକ ଶୃଙ୍ଖଳା ଦେଇଥାଏ।ହେଲେ ଆଧ୍ୟାତ୍ମିକ ତା ଏକ ସ୍ୱନ୍ତତ୍ର ଯାହା ମଣିଷକୁ ଶୃଙ୍ଖଳା ସହ ଈଶ୍ୱର ଅନୁଗାମୀ କରାଇଥାଏ ।ଆଧ୍ୟାତ୍ମିକବାଦ ହିଁ ଏକ ଶୃଙ୍ଖଳିତ ସମାଜ ଗଠନର ଅନୁପନ୍ଥି। ଈଶ୍ୱରଙ୍କୁ ଏକ ବ୍ୟକ୍ତିରୂପରେ ରଖି ସାମାଜିକ ଏକତା ରଖିବାର ଏହା ସର୍ବଶ୍ରେଷ୍ଠ ଧାରଣା।ତେବେ ଏହି ବାଦ ଦ୍ୱାରା ମଣିଷ ତାର ପଶୁତ୍ବକୁ ହରାଇଥାଏ।ତାଠାରେ ସୃଷ୍ଟିହୁଏ ମାନଵବାଦର ଅନ୍ୟତମ କଳା।ଯାହାକୁ ଆମ୍ଭେ କହିଥାଉ ମନୁଷ୍ୟତ୍ୱ।ସେ ସ୍ନେହ ଶ୍ରଦ୍ଧା ପ୍ରେମର ପ୍ରତୀକ ଟିଏ ହୋଇଯାଏ।ସ୍ନେହ ଶ୍ରଦ୍ଧା ହିଁ ତାକୁ ଦିଏ ଅନନ୍ୟ ବନ୍ଧନ।ବାନ୍ଧିଦିଏ ସଂସାର ଓ ସମାଜ ପରି ଏକ ବନ୍ଧନରେ।ସେ ଏକ ଅଦ୍ଭୁତ ସୁଖ ପ୍ରାପ୍ତ କରେ ଯେଉଁ ସୁଖ ତାକୁ ସଂସରମଧ୍ୟରେ ଜଟିଳତାକୁ ଏଡ଼ାଇବା ପାଇଁ ମାନସିକ ଉପଲବ୍ଧି ହିଁ ଦେଇଥାଏ।
ତେବେ ପରବର୍ତ୍ତୀ ସମୟରେ କେତେଗୁଡିଏ ବାଦର ଉନ୍ନତି ହେବାଦ୍ୱାରା ଆଧ୍ୟାତ୍ମିକତା ମଧ୍ୟରେ ଅନୁପ୍ରବେଶ କରିଥିଲା ଅନ୍ଧବିଶ୍ୱାସ ।ଯେଉଁ ଅନ୍ଧବିଶ୍ୱାସ ବାସ୍ତବବାଦିତା ଠାରୁ ତାକୁ ଦୁରେଇ ଦେଇଥିଲା।ସେ ଅବାସ୍ତବକୁ ଗୁରୁତ୍ବଦେଇଥିଲା।ଉଦାହାରଣରେ କୁହାଯାଇପାରେ ଆତ୍ମା ପରମାତ୍ମା କଥା ଏକ ନିଗୁଡ ତଥ୍ୟ କିନ୍ତୁ ତାହା ଉପସ୍ଥାପନ କାରିବାକୁ ଯାଇ ସେ ସୃଷ୍ଟିକଲା ମୃତ୍ୟୁ ତତ୍ୱ ତନ୍ମଧ୍ୟରେ ଭୁତ ଆଦି ସ୍ଥାନ ପାଇଗଲା,ଯାହା ଅନ୍ଧବିଶ୍ୱାସ ର ନମୁନା ମାତ୍ର।ଏହା ପ୍ରକୃତ ଧର୍ମର ବିରୋଧା ଚାରଣ କଲା।ଅନ୍ଧବିଶ୍ୱାସ ହିଁ ବିଭିନ୍ନ ବର୍ଗୀ କରଣ କରିଲା ଯାହା ବ୍ୟକ୍ତିମଧ୍ୟରେ ଭିନ୍ନତା ସୃଷ୍ଟି କରିବାକୁ ସକ୍ଷମ ହେଲା।ଏହା ଆଧ୍ୟାତ୍ମିକତାରୁ ବ୍ୟକ୍ତିକୈନ୍ଦ୍ରିକ ଓ ପରେ ଗୋଷ୍ଠିକେନ୍ଦ୍ରିକ ହେବାରେ ଲାଗିଲା ଯାହା ଆଧ୍ୟାତ୍ମବାଦ ଓ ଧର୍ମକୁ ଅନ୍ୟ ସମ୍ମୁଖରେ ଏକ କରିଦେଲା।
ଆକାଶରେ ଉଡୁଥିବା ପକ୍ଷୀ ,ନୀଳ ଆକାଶର ଖଣ୍ଡ ମେଘ ଉତାଳ ସମୁଦ୍ର ,କଳ କଳ ନାଦରେ ପ୍ରବାହିତ ନଦୀ ,ପ୍ରଜାପତି ଓ ଫୁଲ ଆଦିର ସୌନ୍ଦର୍ଯ୍ୟ ସୃଷ୍ଟିକରିଥିଲା ସୃଜନ,ସୃଜନରୁ ଜ୍ଞାନ ପୁଣି ଜ୍ଞାନରୁ ବିଜ୍ଞାନ ଏହିହିଁ ଗତାନୁଗତିକ ଧାରା।ତେବେଏହିଧାରା ହିଁ ବିଜ୍ଞାନ ବିବର୍ତନର କାରଣ ।ତେଣୁ ଆମ୍ଭେ ନିଶ୍ଚିତ ହେବା ଉଚିତ ଯେ ଅଧ୍ୟତ୍ମିକବାଦରୁ ବିଜ୍ଞାନ ତାର କାୟା ବିସ୍ତାର କରିଛି।ଆଧ୍ୟାତ୍ମବାଦ ହିଁ ସୃଜନର ସ୍ରଷ୍ଟା, ସୃଜନ ହିଁ ଜ୍ଞାନ ବିଜ୍ଞାନ ର ପ୍ରଣେତା।ସମସ୍ତ କଥାକୁ ବିଜ୍ଞାନର ବିକ୍ଷଣରେ ଅନୁସନ୍ଧାନ କଲେ ଶାନ୍ତି ସ୍ନେହ ମିଳେନାହିଁ ମିଳିଥାଏ କେବଳ ମାନସିକ ଯନ୍ତ୍ରଣା ।କିଛି କଥାକୁ ବିଜ୍ଞାନର ଲେନ୍ସରେ ଦେଖାଯାଏ ନାହିଁ,ଏବଂ ତାକୁ ବିଜ୍ଞାନ ଦୃଷ୍ଟରେ ଦେଖିଲେ ଆତ୍ମସନ୍ତୋଷ ମିଳେ ନାହିଁ।
ଅତଏବ ବିଜ୍ଞାନ ଏକ ସତ୍ୟ ଉନ୍ମୋଚନ କରିବାର ଅନନ୍ୟ ପନ୍ଥା ହେବାବେଳେ ଅଧ୍ୟତ୍ମିକବାଦ ବଞ୍ଚିବାର ଏକ ବୁନିୟାଦ, ସଂସ୍କାର ଓ ସଂସ୍କୃତିର ମୂଳ ଭିତ୍ତି । ସଭ୍ୟତାକୁ ବିଜ୍ଞାନ ଅନୁରୂପ କରିବା ପାଇଁ ଅଧ୍ୟତ୍ମିକବାଦ ହିଁ ସାହାଯ୍ୟ କରିଥାଏ। ଅଧ୍ୟତ୍ମିକବାଦ ପ୍ରାଣ ଜ୍ଞାନହିଁ ଶରୀର ବିଜ୍ଞାନ ହିଁ ଆତ୍ମା।ତେବେ କାହାର ଅନୁପସ୍ଥିତି ରେ ମନୁଷ୍ୟ ବଞ୍ଚିବା ଅସମ୍ଭବ ମାତ୍ର ।
ପ୍ରଦୀପ୍ତ କୁମାର ମିଶ୍ର
ଅରେଇ , ଯାଜପୁର
ସମୟର ଚକ୍ର
ପିଲାବେଳେ ସ୍କୁଲରେ ପଢ଼ୁଥିବା ସମୟରେ ଯଦି ଗୋଟିଏ "ଆଟଲାସ୍" କେବେ କାହାକୁ ଆକର୍ଷିତ କରିଥାଏ, ତେବେ ତାର କାରଣ ହୁଏ'ତ ହେବ ତହିଁରେ ସ୍ଥାନ ପାଇଥିବା ହରେକ ରଙ୍ଗ ଦ୍ୱାରା ରଙ୍ଗାୟୀତ ବିଭିନ୍ନ ଦେଶର ରାଜନୈତିକ ଓ ଭୌଗଳିକ ମାନଚିତ୍ର | ସେ ସବୁ ଦେଖୁଥିବା ବେଳେ କୌଣସି ବାଳକ ବା ବାଳିକାଙ୍କ ନିରୀହତା ପଣ ଅତିକ୍ରମ କରି ଏ କଥା ପ୍ରବେଶ କରି ନଥାଏ ଯେ ମାନଚିତ୍ରରେ ଦର୍ଶାଯାଇଥିବା ସୀମାରେଖା ଗୁଡ଼ିକ କେବଳ ମାତ୍ର କାଗଜ ଉପରେ ପଡ଼ିଥିବା ଗାର ନୁହନ୍ତି ; ଏ ସବୁ ଯେକୌଣସି ରାଷ୍ଟ୍ର ସକାଶେ ସାର୍ବଭୌମ ସମ୍ମାନର ଅନତିକ୍ରମ୍ୟ ଲକ୍ଷ୍ମଣ ରେଖା | ପ୍ରାଚୀନ କାଳରେ ଯେତେବେଳେ ରାଜା ବା ସମ୍ରାଟମାନଙ୍କ ଦ୍ୱାରା ରାଜ୍ୟ ବିସ୍ତାର କରିବା ଏକ ନିୟମିତ ପ୍ରକରଣ ଥିଲା, ସେତେବେଳେ ଅନେକ ସମୟରେ ବିଭିନ୍ନ ରାଜ୍ୟ (ତତ୍କାଳୀନ ରାଜାମାନଙ୍କ ଲାଗି ଦେଶ) ର ମାନଚିତ୍ର ବଦଳି ଯାଉଥିଲା | ତେବେ ବିନ୍ସ ଶତାବ୍ଦୀର ଶେଷ ବେଳକୁ ଶିଳ୍ପ ବିପ୍ଳବ, ଉପନିବେଶବାଦର ସମାପ୍ତି ତଥା ଗଣତନ୍ତ୍ରର ବିକାଶ କ୍ରମରେ ପ୍ରାୟ ସମସ୍ତ ରାଷ୍ଟ୍ର ଆପଣା ଲାଗି ଗୋଟିଏ ଲେଖା ସ୍ଥିର ମାନଚିତ୍ର ପାଇ ଯାଇଥିଲେ ; ଦ୍ଵିତୀୟ ବିଶ୍ବଯୁଦ୍ଧ ଉପରାନ୍ତ୍ର ପୃଥିବୀରେ ରାଜବଂଶ ଗୁଡ଼ିକର ପରାକ୍ରମ ନିଷ୍ପ୍ରଭ ହୋଇଯାଇଥିଲା | ସୁତରାଂ, ବିନ୍ସ ଶତାବ୍ଦୀର ଶେଷରେ ଓ ଏକ ବିନ୍ସ ଶତାବ୍ଦୀରେ ଯେଉଁଭଳି ଏକ ବିଶ୍ବର ଚିତ୍ର ସାଧାରଣତଃ ସମସ୍ତଙ୍କ ପରିକଳ୍ପନାରେ ରହିଥିଲା, ତାହା ହେଉଛି ପ୍ରଭୁତ ଆର୍ଥିକ, ବୈଜ୍ଞାନିକ, ପ୍ରାଦ୍ୟୋଗିକ ତଥା ପ୍ରାଵିଧିକ ବିକାଶ ସହିତ ଦାରିଦ୍ର୍ୟ ନିର୍ମୂଳନ, ସାମାଜିକ ନ୍ୟାୟ ପ୍ରତିଷ୍ଠା ତଥା ପାରସ୍ପରିକ ସହଯୋଗ ଓ ପ୍ରତିଯୋଗିତାର ଏକ ସୂକ୍ଷ୍ମ ଭାରସାମ୍ୟ ଆଧାରରେ ଆର୍ଥିକ ଆର୍ଥିକ ସମୃଦ୍ଧି ଦିଗରେ ଅଗ୍ରସର ହେଉଥିବା ଏକ ପୃଥିବୀ | ହୁଏ' ତ ଏକବିନ୍ସ ଶତାବ୍ଦୀର ପ୍ରଥମ ଉଣେଇଶ ବର୍ଷର ସମାପ୍ତି ପର୍ଯ୍ୟନ୍ତ ଏଭଳି ଆଶା ଅତ୍ୟନ୍ତ ଜୀବନ୍ତ ଥିଲା|
କିନ୍ତୁ ବର୍ଷ ପ୍ରାରମ୍ଭର ମାତ୍ର ଛଅ ମାସ ସମୟ ମଧ୍ୟରେ କିଭଳି ଦୃଶ୍ୟ ଦେଖିବାକୁ ମିଳିଛି ? ଏକ "ପାନଡେମିକ୍" (ଉଲ୍ଲେଖଯୋଗ୍ୟ ଯେ ଗତ ବର୍ଷ ପର୍ଯ୍ୟନ୍ତ ପୃଥିବୀର ବିଭିନ୍ନ ମେଡିକାଲ କଲେଜ ମାନଙ୍କରେ ପଢାଯାଉଥିବା "କମ୍ୟୁନିଟି ମେଡ଼ିସିନ " ପାଠ୍ୟକ୍ରମରେ ଏ କଥା କୁହାଯାଉଥିଲା ଯେ ଅନ୍ତତଃ ଆଜି ପୃଥିବୀ ସ୍ୱାସ୍ଥ୍ୟ ବିଜ୍ଞାନ କ୍ଷେତ୍ରରେ ଯେତିକି ଯେତିକି ପ୍ରଗତି ହାସଲ କରିଛି, ତହିଁରେ ଅନ୍ତତଃ ପକ୍ଷେ "ପାନଡେମିକ୍" ଟିଏ ହେବାର ଆଶଙ୍କା ନାହିଁ ), ବର୍ଣ୍ଣବୈଷମ୍ୟ ଆଧାରରେ ବିଭାଜିତ ଜନସମୁଦାୟ, ମାନଚିତ୍ରରେ ପ୍ରଦର୍ଶିତ ସୀମାରେଖାକୁ ଆଗ୍ରହ୍ୟ କରି ପୃଥିବୀର ଦୁଇଟି ସର୍ବାଧିକ ଜନବହୁଳ ରାଷ୍ଟ୍ର ତଥା ଦୁଇ ବୃହତ୍ ଶକ୍ତି ଓ ପଡୋଶୀ ସେମାନଙ୍କ ବିଶାଳ ସୈନ୍ୟ ବଳକୁ ସୀମାନ୍ତରେ ପରସ୍ପରର ମୁହାଁମୁହିଁ ଛିଡା କରାଇ ସୃଷ୍ଟି କରିଥିବା ଏକ ଅତ୍ୟନ୍ତ ବିପଦ୍ଜନକ ଯୁଦ୍ଧପ୍ରାୟ ପରିସ୍ଥିତି ; ଯହିଁରୁ ଏଭଳି ଏକ ଧାରଣା ଜାତ ହୋଇଥାଏ ସତେ ଯେମିତି ପୃଥିବୀ ହଠାତ ନିଜକୁ ଅନେକ ବର୍ଷ ତଳେ ଅବତୀର୍ଣ ହୋଇଥିବା ଭଳି ଆବିଷ୍କାର କରିଛି ; ହୁଏ'ତ ସେହି କ୍ରମରେ ଆଜିକାର "ମିଲେନିଏଲ" ବା "ଜେନେରେସନ ଜେଡ" ର ସନ୍ତାନମାନେ 'ଗୁଗଲ' ରେ 'ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ' ବା 'ଏ. ଆଇ ' ସମ୍ବନ୍ଧରେ ଅଧିକ ଜାଣିବା ଲାଗି ତଥ୍ୟର ଅନୁସନ୍ଧାନ ନକରି ଚୀନର କ୍ଵଙ୍ଗ ରାଜବଂଶ, ମାକମୋହନ ଲାଇନ, ସ୍ପେନିସ ଫ୍ଲୁ ଏବଂ ବର୍ଣ-ବୈଶମ୍ୟ ବାଦରୁ ଇତିହାସ ସମ୍ପର୍କରେ ସଘନ ସନ୍ଧାନ ପ୍ରାରମ୍ଭ କରି ଦେଇଛନ୍ତି ; ପୁଣି ପୁରୁଣା ଆଟଲାସ ଖୋଲି ଦେଶର ସୀମାରେଖା ଉପରେ ଧାରଣା ସୃଷ୍ଟିର ପ୍ରୟାସ କରାଯାଉଛି |
ହିନ୍ଦୁ ଏବଂ ବୌଦ୍ଧ ଧର୍ମୀୟ ଦର୍ଶନରେ ସମୟ ଚକ୍ରକୁ ଗୁରୁତ୍ୱ ପ୍ରଦାନ କରାଯାଇଥାଏ | ଏହି ଦର୍ଶନ କହିଥାଏ ଯେ, ସମୟ କୌଣସି ଗୋଟିଏ ଦିଗରେ ପ୍ରବହମାନ ଧାରା ନୁହେଁ ; ଏହା ଚକ୍ରାକାରରେ ଘୁର୍ନାୟମାନ ହେଉଥାଏ ; ଯାହା ଫଳରେ ପୃଥିବୀ ପୃଷ୍ଠରେ ଅତୀତର ପୁନରାବୃତ୍ତି ଘଟି ଚାଲିଥାଏ | ସଂପ୍ରତି କରୋନା 'ପାନଡେମିକ୍' ସବିଶ୍ୱ ଯେଉଁଭଳି ଏକ ପରିସ୍ଥିତି ସୃଷ୍ଟି କରିଛି, ତହିଁରେ ଏହା ନିଶ୍ଚିତ ହୋଇ ସାରିଲାଣି ଯେ ବିଶ୍ୱର ଆର୍ଥିକ ଦୁରବସ୍ଥା ଦ୍ଵିତୀୟ ବିଶ୍ୱଯୁଦ୍ଧ ଉପରାନ୍ତ ସ୍ଥିତି ସହ ସମତୁଲ ହୋଇଯିବ ବା ତା' ଠାରୁ ଆହୁରି ନିମ୍ନଗାମୀ ହୋଇପାରେ | ଏକ ପ୍ରତିଷେଧକ ବା ତା' ଠାରୁ ଆହୁରି ନିମ୍ନଗାମୀ ହୋଇପାରେ | ଏକ ପ୍ରତିଷେଧକ ବା ଔଷଧର ଅନୁପସ୍ଥିତିରେ ଏଭଳି ଏକ 'ପାନଡେମିକ୍' ସହିତ କିଭଳି ଆଚରଣ ପ୍ରଦର୍ଶନ କରାଯିବା ଉଚିତ, ସେ ନେଇ ପୃଥିବୀର ସର୍ବାଧିକ ବୁଦ୍ଧିମାନ ଏବଂ ବିଦ୍ୱାନଙ୍କ ଦ୍ୱାରା ସମୃଦ୍ଧ ରାଷ୍ଟ୍ରମାନେ ମଧ୍ୟ କିନ୍କର୍ତ୍ତବ୍ୟ ବିମୂଢ଼ ; ଯେଉଁଭଳି ସ୍ଥିତି ଦେଇ ଆଜିକୁ ଶହେ ବର୍ଷ ତଳେ ଅର୍ଥାତ 1918 ରେ 'ସ୍ପେନିସ୍ ଫ୍ଲୁ ' ସମୟରେ ହୁଏ 'ତ ଏହି ସବୁ ରାଷ୍ଟ୍ର ଗତି କରିଥିବେ | ଏହି ସଂଦର୍ଭରେ ସମ୍ପ୍ରତି ଚୀନର ସାମ୍ରାଜ୍ୟ ସମ୍ପ୍ରସାରଣ ମାନସିକତା, ଯାହା ଏସୀୟ ଭୁଖଣ୍ଡରେ ଭାରତ ସମେତ ଜାପାନ, ତାଇୱାନ, ଫିଲିପାଇନ୍ସ, ଭିଏତନାମ, ଇଣ୍ଡୋନେସିଆ ପର୍ଯ୍ୟନ୍ତରେ ବିଭିନ୍ନ ରାଷ୍ଟ୍ରକୁ 'ପ୍ରଭୁତ୍ବ ସାବ୍ୟସ୍ତ' ମୂଳକ ସଂଘାତମୟ ପରିବେଶ ଭିତରକୁ ଟାଣି ଆଣିଛି, ଆଜକୁ ଶହେ ବର୍ଷ ତଳର ପ୍ରଥମ ବିଶ୍ୱଯୁଦ୍ଧ କାଳୀନ ପରିବେଶ ସୁଲଭ ମନେ ହେଉ ନାହିଁ କି ? ସୁତରାଂ, ମାତ୍ର ମାତ୍ର ବର୍ଷକ ପୂର୍ବରୁ ଏକ ବିକାଶ - ଉଜ୍ୱଳ ପୃଥିବୀ ଯାହା ପ୍ରାୟତଃ ଏକ ସହଯୋଗିତା ପୂର୍ଣ୍ଣ ପରିବେଶରେ ଆଗକୁ ଅଗ୍ରସର ହେବାରେ ଲାଗିଥିଲା, ସାମ୍ପ୍ରତି ଯେମିତି କାଳ ବକ୍ଷରେ ପାଶ୍ଚାତ୍ ଗମନ କରିବାରେ ଲାଗିଛି | ବିକାଶ, ଉଦାର ବଜାର ବ୍ୟବସ୍ଥା, ସାମାଜିକ ନ୍ୟାୟ ଆଦି ସଂଦର୍ଭରେ ଆଲୋଚନା ଅବ୍ୟାହିତ ନେଇ ଯାଇଛନ୍ତି ଏବଂ ସେମାନଙ୍କ ସ୍ଥାନ ନେଇଛନ୍ତି ଦାରିଦ୍ର୍ୟ, ମହାମାରୀ, ଯୁଦ୍ଧ ଇତ୍ୟାଦି ସମ୍ପର୍କିତ ଚିନ୍ତା ଓ ଚିନ୍ତନ | ତେଣୁ ସତରେ ବୋଧ ହେଉ ନାହିଁ କି ଯେ ବିଶ୍ୱ ଯେମିତି ଶହେ ବର୍ଷ ପଛକୁ ପ୍ରତ୍ୟାବର୍ତ୍ତନ କରିଯାଇଛି, ଯେତେବେଳେ ଆଜିଭଳି ପୃଥିବୀପୃଷ୍ଠରେ ଅଭିନୀତ ହେଉଥିବା ନାଟକରେ ପାନଡେମିକ୍, ପ୍ରଥମ ବିଶ୍ୱଯୁଦ୍ଧ, ଉପନିବେଶବାଦ ଓ ଦାରିଦ୍ର୍ୟ ଇତ୍ୟାଦି ବିଭିନ୍ନ ଭୂମିକାରେ ଅବତୀର୍ଣ୍ଣ ହେଉଥିଲେ |
କରୋନା ପାନଡେମିକ୍ କାଳୀନ 'ଲକଡାଉନ' ଦ୍ୱାରା ପୃଥିବୀର ବାତାବରଣ ଏଭଳି ବିଶୁଦ୍ଧ ହୋଇଯାଇଥିବା ଦେଖିବାକୁ ମିଳିଲା ଯେ ଯହିଁରେ ଅନେକ ବର୍ଷ ଧରି ଦୃଶ୍ୟମାନ ହେଉ ନ ଥିବା ବିରଳ ପଶୁପକ୍ଷୀ ଓ କୀଟପତଙ୍ଗ ହଠାତ୍ ଆତ୍ମପ୍ରକାଶ କଲେ | ପ୍ରଦୂଷିତ ଗଙ୍ଗା ପୁଣି ନିର୍ମଳ ହେଲା | ତିରିଶ ବର୍ଷ ପରେ ପୁନର୍ବାର ଜଳନ୍ଧରରୁ ହିମାଳୟର ଅପୂର୍ବାନୁମେୟ ଦୃଶ୍ୟ ଦୃଷ୍ଟିଗୋଚର ହେଲା | ଯେଉଁମାନେ ମାନବ ବିକାଶର କ୍ରମରେ ଏକ କ୍ଷତିଗ୍ରସ୍ତ ଧରିତ୍ରୀ କ୍ରମେ ମୁମୂର୍ସୁ ହୋଇଯାଇଥିବା ଚିନ୍ତାରେ ମ୍ରିୟମାଣ ଥିଲେ, ସେମାନେ ସ୍ୱସ୍ତିରେ ନିଶ୍ୱାସ ମାରି କହିଲେ ଯାହା ହେଉ ପୃଥିବୀ ଅତୀତର ନିର୍ମଳତାକୁ ପ୍ରତ୍ୟାବର୍ତ୍ତନ କଲା | ଏହା ବି ତ ସମୟର ଚକ୍ର ?
ପ୍ରାଚୀ ମହାରଣା
Renaissance Higher Secondary
School, Jarka, Jajpur