....କଳା ଠାକୁର....
କେତେ ଯେ କଳା କେତେ ଯେ କଳା
କହି ହେଉଥାନ୍ତି ଲୋକ
ସେ କଳା ଯେବେ ଦେହେ ଲାଗିଯାଏ
ଧୋଇ ହୋଇଯାଏ ପାପ ||
ପାପର ସଂସାରେ ପୁଣ୍ୟର ସଉଦା
ବସିଅଛୁ ହୋଇ ସୌଦାଗର
ତୋର ଗୁଣସୀମା କାହାକୁ ବା ଜଣା
ତୁହି ରେ ମୋର କଳାଠାକୁର ||
କେତେ ଯେ ପାପ କେତେ ଯେ ପୁଣ୍ୟ
ରଖିଅଛୁ ତୁହି ସବୁ ହିସାବ
ଏ ମାଟି ଘଟରେ ଜୀବନ ତୁହି ରେ
ତୋ କାରିଗରିକୁ କିଏ ବା ବୁଝିବ ||
ସକଳ ତୀର୍ଥ ମୋର ତୋହରି ଚରଣେ
ତୁ ହିଁ ଅଟୁ ଚାରିଧାମ ମୋର
ଏ ଭବ ସାଗରୁ ମୋତେ ତୁ ତାରିବୁ
ତୁହିରେ ମୋର କଳା ଠାକୁର ||
*****
✍️ ଅରବିନ୍ଦ ସାହୁ
....ମଡ଼ର୍ଣ୍ଣ ବୋହୁ....
କଳିକାଳର ଏ ରୀତି ଲୋ ବଉଳ
କାଳିକାଳର ଏ ରୀତି……..
ପ୍ରତିଘର ଆଜି ବିଗାଡି ଦେଲାଣି
ଆଧୁନିକତାର ଏ ତାତି ||
ପିଲା କରିବନି ବୋହୁ କହୁଅଛି
ମେଣ୍ଟେନ ଫିଗର ବୋଲି………
କ୍ଲବ ଯାଇକି ବିଳମ୍ବେ ଫେରୁଛି
ଢଳି ଢଳି ଚାଲି ଚାଲି ||
ଶାଶୁ ରାନ୍ଧେ ଆଜି ଚୁଲି ମୁଣ୍ଡେ ବସି
ବୋହୁ ବୁଲେ ଘରେ ଘରେ……...
ଶଶୁର ମାଗିଲେ ପାଣି ଗିଲାସେ ଲୋ
ରାଗି ହୁଏ ଗେରେ ଗେରେ ||
କାମ କରି କରି କରି ଥକି ଗଲେ ଶାଶୁ
କହେ ନାହିଁ ବୋହୁ ଆହା……..
ବାପଘର ଗଲେ status ଦିଏ ସେ
Miss you ଶାଶୁ ମାଆ ||
ପଖାଳ ଶାଗ ତ ସପନ ହେଲାଣି
ଦେଖ ବୋହୁ ବିରିୟାନୀ ଖାଉଅଛି…….
ମୁଣ୍ଡରେ ଓଢଣା କୋଉଠୁ ଆଣିବ
T-shirt, Jeans ସେ ପିନ୍ଧୁଅଛି ||
ବାସି ବିଛଣାରେ ମୋବାଇଲି ଧରି
Insta, FB ସେ ଦେଖେ……..
ସତୁରି ବର୍ଷର ବୁଢ଼ୀ ଶାଶୁ ମାଆ
ଘର ଦ୍ୱାର ପୋଛୁ ଥାଏ ||
ଗାଧେଇ ସାରିକି ପୂଜା କରିବାକୁ
ଶିଖାଇ ନି ମାଆ ତାର……..
ଝିଅ କହୁଥାଏ ଭିଡ଼ିଓ କଲ୍ ରେ
Cuty ମମି ଯେ ମୋର ||
ବୋହୁ ଲଦିଥାଏ ଆଖିରେ କାକୁଡ଼ି
ଶଶୁର ଚଷମା ଖୋଜେ…….
ହାଏ, ହାଲୋରେ କାମ ଚଳେଇଛି
ହାତ ତ କେବେ କି ଯୋଡ଼େ ||
ଏହିପରି ଭାବେ ହେଉଅଛି ଆଜି
ଆଧୁନିକତା ର ଯେ ଦୂରୁପଯୋଗ…….
Western culture ମାର୍କେଟ ଘାଣ୍ଟୁଛି
ସଭ୍ୟତା ଖାଉଛି ଖତ ||
******
✍️ ହେମାଙ୍ଗିନୀ ସାମଲ
କାଳିକାଳର ଏ ରୀତି……..
ପ୍ରତିଘର ଆଜି ବିଗାଡି ଦେଲାଣି
ଆଧୁନିକତାର ଏ ତାତି ||
ପିଲା କରିବନି ବୋହୁ କହୁଅଛି
ମେଣ୍ଟେନ ଫିଗର ବୋଲି………
କ୍ଲବ ଯାଇକି ବିଳମ୍ବେ ଫେରୁଛି
ଢଳି ଢଳି ଚାଲି ଚାଲି ||
ଶାଶୁ ରାନ୍ଧେ ଆଜି ଚୁଲି ମୁଣ୍ଡେ ବସି
ବୋହୁ ବୁଲେ ଘରେ ଘରେ……...
ଶଶୁର ମାଗିଲେ ପାଣି ଗିଲାସେ ଲୋ
ରାଗି ହୁଏ ଗେରେ ଗେରେ ||
କାମ କରି କରି କରି ଥକି ଗଲେ ଶାଶୁ
କହେ ନାହିଁ ବୋହୁ ଆହା……..
ବାପଘର ଗଲେ status ଦିଏ ସେ
Miss you ଶାଶୁ ମାଆ ||
ପଖାଳ ଶାଗ ତ ସପନ ହେଲାଣି
ଦେଖ ବୋହୁ ବିରିୟାନୀ ଖାଉଅଛି…….
ମୁଣ୍ଡରେ ଓଢଣା କୋଉଠୁ ଆଣିବ
T-shirt, Jeans ସେ ପିନ୍ଧୁଅଛି ||
ବାସି ବିଛଣାରେ ମୋବାଇଲି ଧରି
Insta, FB ସେ ଦେଖେ……..
ସତୁରି ବର୍ଷର ବୁଢ଼ୀ ଶାଶୁ ମାଆ
ଘର ଦ୍ୱାର ପୋଛୁ ଥାଏ ||
ଗାଧେଇ ସାରିକି ପୂଜା କରିବାକୁ
ଶିଖାଇ ନି ମାଆ ତାର……..
ଝିଅ କହୁଥାଏ ଭିଡ଼ିଓ କଲ୍ ରେ
Cuty ମମି ଯେ ମୋର ||
ବୋହୁ ଲଦିଥାଏ ଆଖିରେ କାକୁଡ଼ି
ଶଶୁର ଚଷମା ଖୋଜେ…….
ହାଏ, ହାଲୋରେ କାମ ଚଳେଇଛି
ହାତ ତ କେବେ କି ଯୋଡ଼େ ||
ଏହିପରି ଭାବେ ହେଉଅଛି ଆଜି
ଆଧୁନିକତା ର ଯେ ଦୂରୁପଯୋଗ…….
Western culture ମାର୍କେଟ ଘାଣ୍ଟୁଛି
ସଭ୍ୟତା ଖାଉଛି ଖତ ||
******
✍️ ହେମାଙ୍ଗିନୀ ସାମଲ
....ମାଆ....
ମାଆ ମା' ତୁ ମୋ ପାଇଁ ଦେଖିଲୁ ସପନ
ଅନ୍ତ ଫାଡ଼ି ମତେ କରିଲୁ ଜନମ |
ମା' ତୁ ସୃଷ୍ଟିର ମଙ୍ଗଳ ଚାହିଁଲୁ
ଅନ୍ତ ଚିରି ମୋତେ କ୍ଷୀର ପିଅଇଲୁ |
ମା' ଏକ ଶବ୍ଦ ସେ ଅଟଇ ମଧୁର
କାହାକୁ ସେ କେବେ ନମଣଇ ପର |
ମା' ପରା ଅଟେ ଆମ ଆଦ୍ୟ ଗୁରୁ
ବାପା ଯେ ଈଶ୍ବର ଶିଖୁ ତାହା ଠାରୁ |
ମା' କାଖେ ଥାଇ ସରଗ ଦେଖିଲି
ଜହ୍ନ ମାମୁକୁ ହାତ ଠାରି ମୁଁ ଡାକିଲି |
ମା' ଡାକ ଅଟେ ଯେ ହୃଦୟର ଭାଷା
ତାକୁ ଡାକିଦେଲେ ପାଇଯାଏ ମୁଁ ଭରଷା |
ମା' ହାତ ମୁଣ୍ଡେଥିଲେ ନାହିଁ ମୋର ଡର
ଦୁନିଆର କଷ୍ଟ ସବୁ କରି ଦେବି ଦୂର |
ମା' ର ପାଦକୁ ସଦା ମୁଁ ପୂଜିବି
କରମ ପଥରେ ଧରମ ଅର୍ଜିବି |
ମା' ର ଆଶିଷକୁ ପାଥେୟ କରି
ଏ ଭବ ସଂସାରୁ ମୁଁ ହୋଇବି ପାରି |
******
✍️ ଦିବ୍ୟାଶ୍ରୀ ମଲ୍ଲିକ
ଅନ୍ତ ଫାଡ଼ି ମତେ କରିଲୁ ଜନମ |
ମା' ତୁ ସୃଷ୍ଟିର ମଙ୍ଗଳ ଚାହିଁଲୁ
ଅନ୍ତ ଚିରି ମୋତେ କ୍ଷୀର ପିଅଇଲୁ |
ମା' ଏକ ଶବ୍ଦ ସେ ଅଟଇ ମଧୁର
କାହାକୁ ସେ କେବେ ନମଣଇ ପର |
ମା' ପରା ଅଟେ ଆମ ଆଦ୍ୟ ଗୁରୁ
ବାପା ଯେ ଈଶ୍ବର ଶିଖୁ ତାହା ଠାରୁ |
ମା' କାଖେ ଥାଇ ସରଗ ଦେଖିଲି
ଜହ୍ନ ମାମୁକୁ ହାତ ଠାରି ମୁଁ ଡାକିଲି |
ମା' ଡାକ ଅଟେ ଯେ ହୃଦୟର ଭାଷା
ତାକୁ ଡାକିଦେଲେ ପାଇଯାଏ ମୁଁ ଭରଷା |
ମା' ହାତ ମୁଣ୍ଡେଥିଲେ ନାହିଁ ମୋର ଡର
ଦୁନିଆର କଷ୍ଟ ସବୁ କରି ଦେବି ଦୂର |
ମା' ର ପାଦକୁ ସଦା ମୁଁ ପୂଜିବି
କରମ ପଥରେ ଧରମ ଅର୍ଜିବି |
ମା' ର ଆଶିଷକୁ ପାଥେୟ କରି
ଏ ଭବ ସଂସାରୁ ମୁଁ ହୋଇବି ପାରି |
******
✍️ ଦିବ୍ୟାଶ୍ରୀ ମଲ୍ଲିକ
....ଜୀବନ....
ଯନ୍ତ୍ରଣା ଜ୍ୱାଳାରେ ଜୀବନ ବନ୍ଧାରେ
ସାତସୁର ଏଠି ଗଲାଣି ହଜି
ସମସ୍ୟା ଘେରରେ ବନ୍ଧା ଏ ଜୀବନ
ମଧୁର ସଂଗୀତ ଯାଇଛି ବୁଜି ||
ବିଶ୍ୱାସ ଭରଷା ତୁଟିଗଲାଣି ମୋର
ଏ ସମାଜ ଉପରୁ ସାଥୀ
ମୁଖା ପିନ୍ଧା ମଣିଷ ସମସ୍ତେ ଏଠି
ସବୁଠି ଚାଲିଛି ଯେ ରାଜନୀତି ||
ଗ୍ରୀଷ୍ମର ନୀରବ ନିସ୍ତବ୍ଧ ଦ୍ବିପ୍ରହରେ
ନିସ୍ତେଜ ହୋଇଛି ମୁଁ ଆଜି
ଚାଲି ଚାଲି ମୁହିଁ ଥକି ପଡ଼ିଲିଣି
ମୁକତି ପାଉନି ଖୋଜି ||
ଜୀବନ ଦୋଛକିରେ ଝୁଣ୍ଟି ମୁଁ ପଡ଼ିଛି
ଆଘାତ ପାଇ ମୁଁ ପଡ଼ିଛି
ଚାଲି ମୁଁ ପାରୁନି, ଫେରି ମୁଁ ପାରୁନି
ପୋଡ଼ାକାଷ୍ଠ ଆଜି ପାଲଟିଛି ||
ଯନ୍ତ୍ରଣା ଆଜି ମୋ କଲମ ସାଜିଛି
କବିତା ଗାଉଛି ନୀରବ ଗାଥା
ଜୀବନ ସାଜିଛି ରକ୍ତିମ ତୁଳୀଟେ
ରକ୍ତଝରା ଆଜି ମୋ ମଥା ||
ବଦଳି ଯାଇଛି ଜୀବନ ଜୀଇଁବାର ଢଙ୍ଗ
ଫିକା ପଡ଼ିଯାଇଛି ଆଜି ସପ୍ତରଙ୍ଗ
ମୁକତି ପଥର ଅନୁସନ୍ଧାନରେ
ଚାଲିଛି ଅସରନ୍ତି କଣ୍ଟକିତ ପଥରେ ||
******
✍️ ରଶ୍ମିବାଳା ଶତପଥୀ
ସାତସୁର ଏଠି ଗଲାଣି ହଜି
ସମସ୍ୟା ଘେରରେ ବନ୍ଧା ଏ ଜୀବନ
ମଧୁର ସଂଗୀତ ଯାଇଛି ବୁଜି ||
ବିଶ୍ୱାସ ଭରଷା ତୁଟିଗଲାଣି ମୋର
ଏ ସମାଜ ଉପରୁ ସାଥୀ
ମୁଖା ପିନ୍ଧା ମଣିଷ ସମସ୍ତେ ଏଠି
ସବୁଠି ଚାଲିଛି ଯେ ରାଜନୀତି ||
ଗ୍ରୀଷ୍ମର ନୀରବ ନିସ୍ତବ୍ଧ ଦ୍ବିପ୍ରହରେ
ନିସ୍ତେଜ ହୋଇଛି ମୁଁ ଆଜି
ଚାଲି ଚାଲି ମୁହିଁ ଥକି ପଡ଼ିଲିଣି
ମୁକତି ପାଉନି ଖୋଜି ||
ଜୀବନ ଦୋଛକିରେ ଝୁଣ୍ଟି ମୁଁ ପଡ଼ିଛି
ଆଘାତ ପାଇ ମୁଁ ପଡ଼ିଛି
ଚାଲି ମୁଁ ପାରୁନି, ଫେରି ମୁଁ ପାରୁନି
ପୋଡ଼ାକାଷ୍ଠ ଆଜି ପାଲଟିଛି ||
ଯନ୍ତ୍ରଣା ଆଜି ମୋ କଲମ ସାଜିଛି
କବିତା ଗାଉଛି ନୀରବ ଗାଥା
ଜୀବନ ସାଜିଛି ରକ୍ତିମ ତୁଳୀଟେ
ରକ୍ତଝରା ଆଜି ମୋ ମଥା ||
ବଦଳି ଯାଇଛି ଜୀବନ ଜୀଇଁବାର ଢଙ୍ଗ
ଫିକା ପଡ଼ିଯାଇଛି ଆଜି ସପ୍ତରଙ୍ଗ
ମୁକତି ପଥର ଅନୁସନ୍ଧାନରେ
ଚାଲିଛି ଅସରନ୍ତି କଣ୍ଟକିତ ପଥରେ ||
******
✍️ ରଶ୍ମିବାଳା ଶତପଥୀ
....ରିପୁ....
କହଇ ମନ ଆରେ ମୋବୋଲ କର
ସତ୍ୟଧର୍ମ ମାର୍ଗେ ଥାପିଣ ପୟର |
ଧରମ ମାର୍ଗକୁ ସଦା ରହିଥିଲେ ଧରି
ଜୀବନ ଯମୁନାରୁ ପାରି କରିଦେବେ ହରି |
ଲାଗି ରହିଥାଏ ସଦା ମନୁଷ୍ୟର ପାସେ
ଥାଏ ମୁଁହି ପ୍ରତି ମୁହୂର୍ତ୍ତେ |
କ୍ଷଣକେ ମୁଁ ପାରେ ନାସି ସମଗ୍ର ସଂସାର
ସହଜେ ପାଇନାହିଁ କେହି ମୋଠୁ ନିସ୍ତାର |
ନାମଟି ଅଟଇ ରିପୁ ଯେ ମୋହର
ଭେଦରେ ଅଟଇ ମୁଁ ଛଅ ପ୍ରକାର |
କାମ,କ୍ରୋଧ,ଲୋଭ,ମୋହ,ମଦ୍ୟ ଓ ମାସ୍ଚର୍ଯ୍ୟ
ଗୋଟିଏ ମାତାର ଆମେ ଅଟୁ ଛଅ ପୁତ୍ର |
କାମନାରେ ଅନ୍ଧ ଥିବା ମଣିଷର
ଯେବେ କାମନା ରେ ବାଧା ଆସିଥାଏ |
କାମୁକ ସେ ବ୍ୟକ୍ତି ନିମିଷକେ ଯେ
କାମ ଭଗ୍ନ ପାଇଁ କ୍ରୋଧ କରିଥାଏ |
ମୋହ ମାୟାର ବଶବର୍ତ୍ତୀ ହୋଇ
ଅଧମ ପ୍ରାଣୀ ଲୋଭ କରିଥାଏ |
ପାର୍ଥିବ ସୁଖ ପାଇଁ ସେ ସଦା
ନାନା ପାପ କରି ଚାଲୁଥାଏ |
କଳିଯୁଗେ ମିଳେ ମୋତେ ଅଗ୍ରାଧିକାର
ନିମିଷକେ ମୁଁ ଭାଙ୍ଗିପାରେ ସୁନାସଂସାର |
ମୋରି ପାଇଁ ଯେ କେଉଁଠି ରାଜ୍ୟ ଚାଲୁଅଛି
ମୋତେ ପାନକରି ପ୍ରାଣୀ ଯମପାଖକୁ ଯାଉଛି |
କବିତା ମାଧ୍ୟମେ ଛୋଟିଆ ବିନତି
ସଦା ହରିଙ୍କ ପଦେ ସମର୍ପ ମତି
ଷଢ ରିପୁଙ୍କୁ ସର୍ବେ ଆୟତ୍ତ କର
ଲଗାଇ ନିଜର ଏକାଗ୍ରତା ଶକ୍ତି
******
✍️ ହୃଦୟ ରଂଜନ ପରିଡ଼ା
ସତ୍ୟଧର୍ମ ମାର୍ଗେ ଥାପିଣ ପୟର |
ଧରମ ମାର୍ଗକୁ ସଦା ରହିଥିଲେ ଧରି
ଜୀବନ ଯମୁନାରୁ ପାରି କରିଦେବେ ହରି |
ଲାଗି ରହିଥାଏ ସଦା ମନୁଷ୍ୟର ପାସେ
ଥାଏ ମୁଁହି ପ୍ରତି ମୁହୂର୍ତ୍ତେ |
କ୍ଷଣକେ ମୁଁ ପାରେ ନାସି ସମଗ୍ର ସଂସାର
ସହଜେ ପାଇନାହିଁ କେହି ମୋଠୁ ନିସ୍ତାର |
ନାମଟି ଅଟଇ ରିପୁ ଯେ ମୋହର
ଭେଦରେ ଅଟଇ ମୁଁ ଛଅ ପ୍ରକାର |
କାମ,କ୍ରୋଧ,ଲୋଭ,ମୋହ,ମଦ୍ୟ ଓ ମାସ୍ଚର୍ଯ୍ୟ
ଗୋଟିଏ ମାତାର ଆମେ ଅଟୁ ଛଅ ପୁତ୍ର |
କାମନାରେ ଅନ୍ଧ ଥିବା ମଣିଷର
ଯେବେ କାମନା ରେ ବାଧା ଆସିଥାଏ |
କାମୁକ ସେ ବ୍ୟକ୍ତି ନିମିଷକେ ଯେ
କାମ ଭଗ୍ନ ପାଇଁ କ୍ରୋଧ କରିଥାଏ |
ମୋହ ମାୟାର ବଶବର୍ତ୍ତୀ ହୋଇ
ଅଧମ ପ୍ରାଣୀ ଲୋଭ କରିଥାଏ |
ପାର୍ଥିବ ସୁଖ ପାଇଁ ସେ ସଦା
ନାନା ପାପ କରି ଚାଲୁଥାଏ |
କଳିଯୁଗେ ମିଳେ ମୋତେ ଅଗ୍ରାଧିକାର
ନିମିଷକେ ମୁଁ ଭାଙ୍ଗିପାରେ ସୁନାସଂସାର |
ମୋରି ପାଇଁ ଯେ କେଉଁଠି ରାଜ୍ୟ ଚାଲୁଅଛି
ମୋତେ ପାନକରି ପ୍ରାଣୀ ଯମପାଖକୁ ଯାଉଛି |
କବିତା ମାଧ୍ୟମେ ଛୋଟିଆ ବିନତି
ସଦା ହରିଙ୍କ ପଦେ ସମର୍ପ ମତି
ଷଢ ରିପୁଙ୍କୁ ସର୍ବେ ଆୟତ୍ତ କର
ଲଗାଇ ନିଜର ଏକାଗ୍ରତା ଶକ୍ତି
******
✍️ ହୃଦୟ ରଂଜନ ପରିଡ଼ା
....ଜାଣେନା ମୁଁ କିଏ....
ମାୟା ମରୀଚିକା ଏ' ଦୁଇଟି ଶବ୍ଦ
ସନ୍ଦେହ - ବିଶ୍ୱାସେ ଭରା
ଯନ୍ତ୍ରଣା ବିଦଗ୍ଧ ଛାତି ଚିରି ଧରେ
ରାମ ହୁଏ ମରା ମରା ।
ତ୍ୟାଗ ସମର୍ପଣ ସୀମା - ପରିସୀମା
ଭଗ୍ନାଂଶରେ ଖାଲି ଶୂନ୍ୟ
ଦ୍ରାଘିମା-ଅକ୍ଷାଂଶେ ସେ' ମାନଚିତ୍ରରେ
ଅନ୍ତହିନ ପ୍ରଶ୍ନେ ମନ ।
ଦୁଃଖ ଦରିଆରେ ସୁଖର ଲହରୀ
ଆସେ ପୁଣି ଚାଲିଯାଏ
ପାପ ଓ ପୁଣ୍ୟର ବିଚାରକ ସାଜି
ପଥ ବାଛିବାକୁ ହୁଏ ।
ନୀରବେ ଆସେନା ନୀରବେ ଫେରେନା
ଝଡକୁ ନିଏ ସେ' ବାଛି
ଶ୍ରଦ୍ଧା ,ସମ୍ମାନକୁ ଦଳି ନିନ୍ଦା ଦିଏ
ଛାଡିଯାଏ କରି ଛି, ଛି ।
ନିରୋଳାରେ ବସି ପଚାରେ ନିଜକୁ
ସହଯାତ୍ରୀ ହୃଦେ ଥରେ !
ମୁଁ କିଏ କାହାର....କିଏ ଅଛି ମୋର
ଯାହା ପାଇଁ ନିତି ମରେ ।
ଅଜାଚିତ ଭାବେ ଓଜାଡ଼ିଲେ ସ୍ନେହଁ
ମିଳେ ବି' ସମ୍ପର୍କ ଟିଏ
ସବୁ ସମ୍ପର୍କକୁ ପରକ୍ଷୀ ଦେଖିଲେ
(ଭଗ୍ନ) କୋଣାର୍କର ଶିଳା ଟିଏ ।
*****
✍️ ଛବିରାଣୀ ପତି
....ମଦ....
ନାଁଟି ତୁମର ମଦ
ଅଟ ତୁମେ କେଡେ ମନ୍ଦ
ଯେଉଁଠି ଦେଖିବ ନିଆଁ ଜାଳୁଅଛି
ତୁମପାଇଁ ପୁଣି ବୋମା ଯେ ଫୁଟୁଛି
ସବୁରି ମଧ୍ୟେ ତୁମେ ରହିଛ
ଖେଳିଯାଏ ତୁମ ଗନ୍ଧ |
ନାଁଟି ତୁମର ମଦ......
କେତେ ଭାଙ୍ଗ ଘର
କେତେ ଲୋକ ମାର
ନିରୀହ ଆଖିରୁ ଝରିଯାଏ ଲୁହ
ଶିଶୁ ପାଏ ନାହିଁ ମମତା କି ସ୍ନେହ
ଦେବା ଓ ନେବାର ହିସାବ ତ କୁହ
ନାହିଁ ପୁଣି କିଛି ସ୍ୱାଦ |
ନାଁଟି ତୁମର ମଦ..........
ନିଶାଗ୍ରସ୍ତ ହେଲେ
ଜ୍ଞାନ ହରାଇଲେ
ଅସାମାଜିକ କାର୍ଯ୍ୟ ସଂସାରେ ବଢେ
ଧର୍ମୀର ମୁଣ୍ଡ ରାସ୍ତାରେ ଗଡେ
ପାପୀ ତପୀ ର ମୁଣ୍ଡରେ ଚଢେ
କରି ତାର ପଥକୁ ରୁଦ୍ଧ |
ନାଁଟି ତୁମର ମଦ........
×××××
✍️ ଜ୍ଞାନ ରଂଜନ ସାହୁ
ଅଟ ତୁମେ କେଡେ ମନ୍ଦ
ଯେଉଁଠି ଦେଖିବ ନିଆଁ ଜାଳୁଅଛି
ତୁମପାଇଁ ପୁଣି ବୋମା ଯେ ଫୁଟୁଛି
ସବୁରି ମଧ୍ୟେ ତୁମେ ରହିଛ
ଖେଳିଯାଏ ତୁମ ଗନ୍ଧ |
ନାଁଟି ତୁମର ମଦ......
କେତେ ଭାଙ୍ଗ ଘର
କେତେ ଲୋକ ମାର
ନିରୀହ ଆଖିରୁ ଝରିଯାଏ ଲୁହ
ଶିଶୁ ପାଏ ନାହିଁ ମମତା କି ସ୍ନେହ
ଦେବା ଓ ନେବାର ହିସାବ ତ କୁହ
ନାହିଁ ପୁଣି କିଛି ସ୍ୱାଦ |
ନାଁଟି ତୁମର ମଦ..........
ନିଶାଗ୍ରସ୍ତ ହେଲେ
ଜ୍ଞାନ ହରାଇଲେ
ଅସାମାଜିକ କାର୍ଯ୍ୟ ସଂସାରେ ବଢେ
ଧର୍ମୀର ମୁଣ୍ଡ ରାସ୍ତାରେ ଗଡେ
ପାପୀ ତପୀ ର ମୁଣ୍ଡରେ ଚଢେ
କରି ତାର ପଥକୁ ରୁଦ୍ଧ |
ନାଁଟି ତୁମର ମଦ........
×××××
✍️ ଜ୍ଞାନ ରଂଜନ ସାହୁ
.....ଆଉ କେତେ ଦିନ.....
ଆଉ କେତେଦିନ ଏକା ଏକା ଭାବନାରେ ହଜୁଥିବି ମୁଁ……….
ଆଉ କେତେଦିନ ଅତୀତର ଲୁହରେ ଭିଜୁଥିବି ମୁଁ………..
ଆଉ କେତେଦିନ ଅନ୍ୟର ଛଳନାର ଛୁରୀରେ ଛାତିକୁ ଚିରୁଥିବି ମୁଁ……….
ଆଉ କେତେଦିନ ଅସୁମାରୀ ସ୍ବପ୍ନକୁ ଉଜାଡ଼ୁଥିବି ମୁଁ………..
ଆଉ କେତେଦିନ ଅଦିନିଆ ମେଘ ହୋଇ ବରଷୁଥିବି ମୁଁ………
ଅତୀତର ଦୁଃଖ ଓ କଷ୍ଟକୁ ଭୁଲି ମୁଁ ପାରୁନି ,
ଲାଗୁଛି ଏମିତି ସତେ ଯେମିତି ଦିଗହରା ଯାଯାବରଟେ କି ମୁଁ………
ଆଉ କେତେଦିନ ଏମିତି ଯାଯାବର ହୋଇ ଜିଉଁଥିବି ମୁଁ…………
ଆଉ କେତେଦିନ ରାତିର ଅମା ଅନ୍ଧାରରେ ଛଟପଟ ହେଉଥିବି ମୁଁ………
ଆଉ କେତେଦିନ ଜହ୍ନକୁ ଇର୍ଷା କରୁଥିବି ମୁଁ……….
ଆଉ କେତେଦିନ ମଳୟ ପବନର ସ୍ପର୍ଶକୁ ଘୃଣା କରୁଥିବି ମୁଁ……….
ଅତୀତର ସ୍ମୃତି ଯେବେ ଆଖି ଆଗରେ ଭାସି ଉଠେ ,
ଅଶ୍ରୁଧାର ହୋଇ ବହିଯାଏ ବହୁତ ଦୂର ,
ଆଉ ଶେଷରେ ମିଶିଯାଏ ଓଠରେ |
ଆଉ କେତେଦିନ ନିଜ ଆଖି ଲୁହ ନିଜର ଓଠକୁ ପିଆଉଥିବି ମୁଁ……….
ଆଉ କେତେଦିନ ପ୍ରେମ ମନ୍ଦିରରେ ନିରର୍ଥକ ପୂଜାରୀ ସାଜିଥିବି ମୁଁ……….
ଆଉ କେତେଦିନ ହଜି ଯାଇଥିବା ସାଥୀକୁ ଅପେକ୍ଷା କରିଥିବି ମୁଁ……….
ଆଉ କେତେଦିନ…… ଆଉ କେତେଦିନ…… ଆଉ କେତେଦିନ……
*****
✍️ ବିଜୟ କୁମାର ବାରିକ
...କଲମ ରୁଷିଛି...
ମୋ କଲମ ଆଜି
ଅଭିମାନ କରିଚି,
କହୁଚି,
ତମେ ଆଉ ମୋତେ ଭଲପାଉନ,
ଆଉ ଲେଖୁନ କବିତା
ମୋତେ ନେଇ,
ଖାଲି
ମୋବାଇଲରେ କଣ ଗୋଟେ ଲେଖି
ଛାପ ଯନ୍ତ୍ରରେ ଛପେଇ ଦଉଚ |
ପୂର୍ବ ଭଳି
ମୋତେ ଆଉ ରଖୁନ ଛାତିରେ,
କେବେ ପୁଣି ଭୁଲିଯାଉଛ
ନେବାକୁ ତୁମ ସାଥିରେ |
ଆଉ ଆସିଲେ
ସଜାଡି ବି ରଖୁନ
ତୁମ ଟେବୁଲ ଉପରେ,
ଏଣେତେଣେ ପକେଇ ଦଉଚ
ଗଲା ବେଳେ ଖୋଜୁଚ,
ଆଉ ନପାଇ ଚାଲିଯାଉଚ
ମୋତେ ଏକା ଛାଡି
ସେଇ ନିର୍ଜନ, ଅନ୍ଧକାର
କୋଠରୀ ମଧ୍ୟରେ |
******
✍️ ମୃତ୍ୟଞ୍ଜୟ ସାହୁ
ଅଭିମାନ କରିଚି,
କହୁଚି,
ତମେ ଆଉ ମୋତେ ଭଲପାଉନ,
ଆଉ ଲେଖୁନ କବିତା
ମୋତେ ନେଇ,
ଖାଲି
ମୋବାଇଲରେ କଣ ଗୋଟେ ଲେଖି
ଛାପ ଯନ୍ତ୍ରରେ ଛପେଇ ଦଉଚ |
ପୂର୍ବ ଭଳି
ମୋତେ ଆଉ ରଖୁନ ଛାତିରେ,
କେବେ ପୁଣି ଭୁଲିଯାଉଛ
ନେବାକୁ ତୁମ ସାଥିରେ |
ଆଉ ଆସିଲେ
ସଜାଡି ବି ରଖୁନ
ତୁମ ଟେବୁଲ ଉପରେ,
ଏଣେତେଣେ ପକେଇ ଦଉଚ
ଗଲା ବେଳେ ଖୋଜୁଚ,
ଆଉ ନପାଇ ଚାଲିଯାଉଚ
ମୋତେ ଏକା ଛାଡି
ସେଇ ନିର୍ଜନ, ଅନ୍ଧକାର
କୋଠରୀ ମଧ୍ୟରେ |
******
✍️ ମୃତ୍ୟଞ୍ଜୟ ସାହୁ
...ସବୁ ଠିକଠାକ୍ ଚାଲିଛି...
ବିଶ୍ଵାସ କର…. ସବୁ ଠିକଠାକ ଚାଲିଛି
ତେଣୁ ତ ଭାରତ ନିଶ୍ଵାସ ମାରୁଛି .......
ସୀମାରେ ଚାଲିଲେବି ଟକରା ଟକରି,
ଅଘୋଷିତ ବିସ୍ତାର ବାଦକୁ
ଅନ୍ଧାରରେ ଆପଣେଇଲେବି ବାହୁବଳି,
ସର୍ତକ ଅଛନ୍ତି ହୁଇସିଲ ମରାଳି
ତାଳି ପଡ଼ିଲେବି ସଂପର୍କର
ମୁହାଁମୁହିଁ ଗାଳି ପଡ଼ିଲେବି
ହୃଦୟଟା ଖୋଲା ଜୁଆଁଳି କବାଟ ପରି
ମରୁଦ୍ୟାନରେ କୁସ୍ମମ ଫୁଟୁଛି ,
ବିଶ୍ୱାସ କର....ସବୁ ଠିକ ଠାକ ଚାଲିଛି
ତେଣୁ ତ ଭାରତ ନିଶ୍ୱାସ ମାରୁଛି ।
ହିରା ନୀଳା ମୋତି ମାଣିକ ଖଚିତ ମୁକୁଟ
ଲୁଣ୍ଠନ ପାଇଁ ଆକର୍ଷିତ ହେଉଛି ଲମ୍ଫଟ
ଅର୍ଗଳି ଭିତରେ ସିନ୍ଧି କରି ଅହରହ
ଲୁଟପାଟ ପାଇଁ ହେଉଛି ଚେଷ୍ଟିତ ।
ଚବିଶ ଘଣ୍ଟିଆ ଜାଗ୍ରତ ପ୍ରହରୀ
ବ୍ୟାଣ୍ଡ ବଜାଉଛି ପ୍ରତିକ୍ଷଣରେ
ସର୍ବଦା ପରାଜୟ ଶତ୍ରୁର ହେଉଛି ,
ବିଶ୍ଵାସ କର,, ସବୁ ଠିକଠାକ ଚାଲିଛି
ତେଣୁ ତ ଭାରତ ନିଶ୍ଵାସ ମାରୁଛି ।
ପୋକମାଛି ମରୁଛନ୍ତି ଅହରହ
ପୋକମାଛି ପରି ମରୁଛି ମଣିଷ
ବିଶ୍ଵର କୋଣନୁକୋଣେ
ପ୍ରତ୍ୟେକଟି ନିଷ୍ପତି ଭାରତର
ପ୍ରସ୍ତୁତ କରୁଛି ଉର୍ବର ମସ୍ତିଷ୍କ
ଆକ୍ରାନ୍ତ ଓ ମୃତ ଅନେକ କମିଛି
ବିଶ୍ଵାସ କର...ସବୁଠିକ ଠାକ ଚାଲିଛି
ତେଣୁ ତ ଭାରତ ନିଶ୍ଵାସ ମାରୁଛି ।
ମୁଠାଏ ଦାନା ପାଉଛି ଭୋକିଲା ପେଟ
ଢୋକାଏ ପାଣି ପିଉଛି ଶୁଷ୍କ ଓଠ
ଖୁସିରେ ନାଚୁଛି ଶିଶୁଙ୍କ ଆଖିର ପଲକ
ବୃଦ୍ଧବୃଦ୍ଧାଙ୍କ ସଂଚିତ ବିଜ୍ଞତାର ଉର୍ବର ମଞ୍ଜି
ଭାରତ ମାଟିରେ ଜ୍ଞାନର ଫସଲ ବାଣ୍ଟୁଛି,
ବିଶ୍ଵାସ କର...ସବୁଠିକ ଠାକ ଚାଲିଛି
ତେଣୁ ତ ଭାରତ ନିଶ୍ଵାସ ମାରୁଛି ।
******
✍️ ଦୀନବନ୍ଧୁ ବେଜ
ତେଣୁ ତ ଭାରତ ନିଶ୍ଵାସ ମାରୁଛି .......
ସୀମାରେ ଚାଲିଲେବି ଟକରା ଟକରି,
ଅଘୋଷିତ ବିସ୍ତାର ବାଦକୁ
ଅନ୍ଧାରରେ ଆପଣେଇଲେବି ବାହୁବଳି,
ସର୍ତକ ଅଛନ୍ତି ହୁଇସିଲ ମରାଳି
ତାଳି ପଡ଼ିଲେବି ସଂପର୍କର
ମୁହାଁମୁହିଁ ଗାଳି ପଡ଼ିଲେବି
ହୃଦୟଟା ଖୋଲା ଜୁଆଁଳି କବାଟ ପରି
ମରୁଦ୍ୟାନରେ କୁସ୍ମମ ଫୁଟୁଛି ,
ବିଶ୍ୱାସ କର....ସବୁ ଠିକ ଠାକ ଚାଲିଛି
ତେଣୁ ତ ଭାରତ ନିଶ୍ୱାସ ମାରୁଛି ।
ହିରା ନୀଳା ମୋତି ମାଣିକ ଖଚିତ ମୁକୁଟ
ଲୁଣ୍ଠନ ପାଇଁ ଆକର୍ଷିତ ହେଉଛି ଲମ୍ଫଟ
ଅର୍ଗଳି ଭିତରେ ସିନ୍ଧି କରି ଅହରହ
ଲୁଟପାଟ ପାଇଁ ହେଉଛି ଚେଷ୍ଟିତ ।
ଚବିଶ ଘଣ୍ଟିଆ ଜାଗ୍ରତ ପ୍ରହରୀ
ବ୍ୟାଣ୍ଡ ବଜାଉଛି ପ୍ରତିକ୍ଷଣରେ
ସର୍ବଦା ପରାଜୟ ଶତ୍ରୁର ହେଉଛି ,
ବିଶ୍ଵାସ କର,, ସବୁ ଠିକଠାକ ଚାଲିଛି
ତେଣୁ ତ ଭାରତ ନିଶ୍ଵାସ ମାରୁଛି ।
ପୋକମାଛି ମରୁଛନ୍ତି ଅହରହ
ପୋକମାଛି ପରି ମରୁଛି ମଣିଷ
ବିଶ୍ଵର କୋଣନୁକୋଣେ
ପ୍ରତ୍ୟେକଟି ନିଷ୍ପତି ଭାରତର
ପ୍ରସ୍ତୁତ କରୁଛି ଉର୍ବର ମସ୍ତିଷ୍କ
ଆକ୍ରାନ୍ତ ଓ ମୃତ ଅନେକ କମିଛି
ବିଶ୍ଵାସ କର...ସବୁଠିକ ଠାକ ଚାଲିଛି
ତେଣୁ ତ ଭାରତ ନିଶ୍ଵାସ ମାରୁଛି ।
ମୁଠାଏ ଦାନା ପାଉଛି ଭୋକିଲା ପେଟ
ଢୋକାଏ ପାଣି ପିଉଛି ଶୁଷ୍କ ଓଠ
ଖୁସିରେ ନାଚୁଛି ଶିଶୁଙ୍କ ଆଖିର ପଲକ
ବୃଦ୍ଧବୃଦ୍ଧାଙ୍କ ସଂଚିତ ବିଜ୍ଞତାର ଉର୍ବର ମଞ୍ଜି
ଭାରତ ମାଟିରେ ଜ୍ଞାନର ଫସଲ ବାଣ୍ଟୁଛି,
ବିଶ୍ଵାସ କର...ସବୁଠିକ ଠାକ ଚାଲିଛି
ତେଣୁ ତ ଭାରତ ନିଶ୍ଵାସ ମାରୁଛି ।
******
✍️ ଦୀନବନ୍ଧୁ ବେଜ