..........ସ୍ୱାଗତମ.........
ଅପାରେ କାବ୍ୟ ସଂସାରେ କବିରେବ ପ୍ରଜାପତି
ବକ୍ରତୁଣ୍ଡ ମହାକାୟ ସୂର୍ଯ୍ୟକୋଟି ସମପ୍ରଭ
ନିର୍ବିଘ୍ନ କୁରୁ ମେ ଦେବ ସର୍ବ କାର୍ଯ୍ୟେ ସୁସର୍ବଦା
🙏 ଜୟ ବାବା ଗଜାନନ 🙏
ଓଁ
ସର୍ବ ମଙ୍ଗଲ୍ୟ ମାଙ୍ଗଲ୍ୟେ ଶିବେ ସର୍ବାର୍ଥ ସାଧିତେ
ଶରନ୍ୟେ ତ୍ରୟମ୍ବକେ ଗୌରୀ ନାରାୟଣୀ ନମସ୍ତୁତେ
*****
🙏 ଜୟ ମା ବିରଜା 🙏
କଦାଚିତ୍ କାଳୀନ୍ଦୀ ତଟ ବିତିନ ସଂଗୀତ କରବୋ
ମୁଦାଭି ନାରୀ ବଦନ କମଳା ସ୍ୱାଦ ମଧୁପ
ରମା ଶମ୍ଭୁ ବ୍ରହ୍ମା ସୁରପତି ଗଣେଶ ଚିତପଦୋ
ଜଗନ୍ନାଥ ସ୍ୱମୀ ନୟନ ପଥଗାମୀ ଭଵ ତୁମେ
🙏 ଜୟ ଜଗନ୍ନାଥ 🙏
.....ସମ୍ପାଦକୀୟ.....
ସାଦର ପ୍ରଣାମ.
କଳାର ଭୁମି ଅଟେ ମୋର ଏହି ଓଡିଶା. ଯେଉଁ ଭୂମିରେ ଜନ୍ମ ଲାଭ କରିଛନ୍ତି ଅସଂଖ୍ୟ କଳାକାର. ଏହି ଭୂମି ଅନେକ କଳାକାର କଳାସାହିତ୍ୟ ଜଗତରେ ନିଜ କଳା ପ୍ରଦର୍ଶନ କରି ଅନେକ ସମ୍ମାନରେ ସମ୍ମାନିତ ହୋଇଛନ୍ତି.
ମାତ୍ର ଏତିକି ଦୁଃଖ ଲାଗୁଅଛି ଯେ, ଏହି କଳାର ଭୂମିରେ ଆହୁରି ମଧ୍ୟ ଅନେକ କଳାକାର ବଣମଲ୍ଲୀ ପରି ବଣରେ ଫୁଟି ବଣରେ ହିଁ ମରି ଯାଉଛନ୍ତି. କାରଣ ନାହିଁ ସେମାନଙ୍କ ପାଇଁ କୌଣସି ପ୍ରେରଣା କିମ୍ବା ସୁଯୋଗ. କିଛି ଏମତି କଳାକାର ଅଛନ୍ତି ଯେଉଁମାନେ ନିଜ ପ୍ରତିଭାକୁ ମଧ୍ୟ ନିଜେ ଚି଼ହ୍ନନ୍ତି ନାହିଁ. ଆହୁରି ମଧ୍ୟ ଏମିତି କଳାକାର ଅଛନ୍ତି ଯେଉଁମାନେ ନିଜର ବ୍ୟସ୍ତ ବହୁଳ ସମୟରେ ମଧ୍ୟ୍ୟ ଅନେକ କବିତା ଓ ପ୍ରବନ୍ଧ ଲେଖୁଛନ୍ତି ମାତ୍ର ତାଙ୍କ ଲେଖା ଦୁନିଆ ସାମ୍ନାକୁ ଆସିପାରୁନାହିଁ.
ଏମିତି ଅନେକ କଳାକାର ମାନଙ୍କର ପ୍ରତିଭାକୁ ଦୁନିଆ ସାମ୍ନାକୁ ଆଣିବା ପାଇଁ ଆମର ଏକ ଛୋଟିଆ ପ୍ରୟାସ . ଆମେ ଚାହୁଁ ଏପରି ପ୍ରତିଭା ମାନଙ୍କୁ ଦୁନିଆ ଜାଣୁ ଓ ସେମାନଙ୍କ ଲେଖାକୁ ମଧ୍ୟ ପଢୁ . ଏହି ପ୍ରତିଭାମାନେ ହେଉଛନ୍ତି ମୋ ଓଡିଶାର ଯଶ ଓ ବିଭବ. ଯେବେ ଏମାନଙ୍କ ପ୍ରତିଭା ଦୁନିଆ ସାମ୍ନାକୁ ଆସିବ ସେତେବେଳେ ଯାଇ,
"ଓଡ଼ିଆ ବିଭବ ରଥ ଗଡ଼ିବ, ମୋ ଓଡିଶା ଚିର ହସୁଥିବ "
🙏 ଜୟ ଜଗନ୍ନାଥ 🙏
~ହୃଦୟରଂଜନ ପରିଡ଼ା (ମୁଖ୍ୟ ସମ୍ପାଦକ)

ମୋର ଅଗଣିତ ଓଡ଼ିଆ ଭାଇଭଉଣୀ ଓ ଗୁରୁଜନ ମାନଙ୍କୁ ମୋର ଭୂମିଷ୍ଠ ପ୍ରଣାମ.
ପ୍ରଥମତଃ ଏହି ପବିତ୍ର ଓଡ଼ିଶା ମାଟିର ପୁତ୍ର ହୋଇଥିବାରୁ ନିଜକୁ ଗର୍ବିତ ଓ ଗୌରବାନ୍ଵିତ ମନେକରୁଅଛି. ଏହା ହେଉଛି ସେହି ପବିତ୍ର ଓଡ଼ିଶା ମାଟି ଯେଉଁ ମାଟି ଶହସ୍ର ବୀରଙ୍କୁ ନିଜ ଗର୍ଭରୁ ଜନ୍ମ ଦେଇଅଛି ଓ ଏ ହେଉଛି ସେହି ଓଡ଼ିଆଜାତି ଯାହାର ମଉଡମଣୀ ଅଟନ୍ତି ନୀଳାଚଳ ନାଥ ପ୍ରଭୁ ଶ୍ରୀ ଜଗନ୍ନାଥ. ଯାହାଙ୍କର କୃପାରୁ ପବିତ୍ର ମୋର ଏହି ଉତ୍କଳ ଭୂମି କଳା, ସଂସ୍କୃତି ତଥା ଅନ୍ୟାନ୍ୟ ମହତ୍ ଦିଗରେ ଉନ୍ନତିର ପଥରେ ଆଗେଇ ଚାଲିଛି.
କର୍ମ ଓ ଜଞ୍ଜାଳ ଭରା ଏହି ଜୀବନରେ ଅନେକ ଲୋକ ନିଜର ଲେଖିବାର କଳାକୁ ଭୁଲି ସାରିଲେଣି. ଏମିତି କିଛି ପ୍ରତିଭାବାନ୍ ଲେଖକ ମାନଙ୍କୁ ଆଣି ଆପଣଙ୍କ ସମ୍ମୁଖରେ ଉପସ୍ଥିତ କରାଇବା ହେଉଛି ''ବିଭବ" ପତ୍ରିକାର ମୂଳ ଲକ୍ଷ୍ୟ.
ଆଜି ଅନେକ ଓଡ଼ିଆ ଭାଇଭଉଣୀ ମାନେ ବିଦେଶରେ ରହୁଛନ୍ତି ସତ. ମାତ୍ର ସେମାନଙ୍କ ହୃଦୟରେ ଆଜିବି ଓଡ଼ିଶା ପ୍ରତି ଭରି ରହିଛି ପୂର୍ବପରି ସମ୍ମାନ ଓ ପ୍ରେମ. ଏହି ଅନ୍ତେବାସୀ ଓଡ଼ିଆ ଭାଇଭଉଣୀଙ୍କ ପାଖରେ ପହଞ୍ଚିବା ତଥା ବିଦେଶ ଭୂମିରେ ଓଡ଼ିଆ ଭାଷାର ପ୍ରଚାର କରାଇବା ଆମର ଲକ୍ଷ୍ୟ.
ଏ ଅଭିଯାନ କେବଳ "ବିଭବ" ପତ୍ରିକାର ନୁହେଁ ଏ ଅଭିଯାନ ହେଉଛି ଆପଣଙ୍କର ଓ ଆମ ସମସ୍ତଙ୍କର. ଏ "ବିଭବ" ପତ୍ରିକା ମଧ୍ୟ କେବଳ ଆମର ନୁହେଁ. ଏହା ହେଉଛି ସମସ୍ତ ଓଡ଼ିଆଙ୍କ ପତ୍ରିକା.
ଜଣେ ଓଡ଼ିଆ ହିସାବରେ ମୋର ପ୍ରଭୁଙ୍କ ନିକଟରେ ଏତିକି ବିନମ୍ର ପ୍ରାର୍ଥନା, ମୋ ଓଡ଼ିଶା ଅନନ୍ୟ ରୂପ ଭବ୍ୟ ପ୍ରଦାନ ଓ ସତ୍ୟ ଚେତନାରେ ଦୀପ୍ତିଚର ଓ ରୁଦ୍ଧିମନ୍ତ ହେଉ.
"ଉତ୍କଳରୁ କଳିଙ୍ଗ, କଳିଙ୍ଗରୁ ଓଡ୍ରୋଶା
ଉନ୍ନତି ପଥରେ ଆଗେଇବ ଓଡ଼ିଶା"
~ କାହ୍ନୁଚରଣ ସାହୁ (ସହ ସମ୍ପାଦକ )

ସାରସ୍ୱତ ନମସ୍କାର.
ଦୁଃଖର ବିଷୟ, ଆଜି ଏକ ଏପରି ସମୟ ଆସିଛି ଯେଉଁଠି ଲୋକମାନେ ନିଜ ମାତୃଭାଷାକୁ ଓ ମାତୃଭୂମିକୁ ହେୟ ମନେକରୁଛନ୍ତି. ସେମାନଙ୍କ ମତରେ କେବଳ ଇଂରାଜୀ ଜାଣିଥିବା ଲୋକ ହିଁ ଜ୍ଞାନୀ ଅଟନ୍ତି. ଯଦି ଜଣେ କେହି ଲୋକ ଓଡ଼ିଆରେ ଶୌଚାଳୟର ରାସ୍ତା ପଚାରୁଛି ତେବେ ତାକୁ ଶୌଚାଳୟ ବନ୍ଦ ଅଛି କହି ବିଦା କରି ଦିଆଯାଉଛି. ମାତ୍ର ଯଦି ଜଣେ ସେହି କଥା ଇଂରାଜୀରେ ପଚାରୁଛି ତେବେ ସେହି ଲୋକଟିକୁ ସେମାନେ ସସମ୍ମାନେ ଶୌଚାଳୟକୁ ନେଇ ଯାଉଛନ୍ତି. ଓଡ଼ିଆ ଭାଷା ଓ ଓଡିଶା ମାଟି ପ୍ରତି ଆଜିବି ଅନେକ ଲୋକଙ୍କର ମମତା ନାହିଁ.
ଏ ଓଡିଶାର ମାଟି କେଉଁ ଛୋଟ ସ୍ଥାନ ନୁହେଁ. ଏହା ହେଉଛି ଐତିହାସିକ ଭୂମି. ଯେଉଁ ଭୂମି ଦିନେ ଚଣ୍ଡାଶୋକଙ୍କୁ ଧର୍ମାଶୋକରେ ପରିଣତ କରିପାରିଥିଲା, ଯେଉଁ ସଭ୍ୟତାର ମୋଉଡମଣି ଅଟନ୍ତି ପ୍ରଭୁ ଶ୍ରୀ ଜଗନ୍ନାଥ ଆମେ ହେଉଛନ୍ତି ସେହି ଭୂମିର ସନ୍ତାନ. ଆମେ ଆଜି ଗର୍ବିତ ହେବା କାରଣ ଆମେ ହେଉଛନ୍ତି ଓଡ଼ିଆ.
ତେବେ ଆମର ସମସ୍ତ ଓଡ଼ିଆ ଭାଇଭଉଣୀଙ୍କ ମନରେ ଓଡ଼ିଆ ଭାଷା ପ୍ରତି ଶ୍ରଦ୍ଧା ଓ ମମତା ଜାଗ୍ରତ କରିବା ଆମର ମୂଳଲକ୍ଷ୍ୟ. ଓଡ଼ିଆ ଭାଷା ଓ ସଂସ୍କୃତିକୁ ଆଗକୁ ନେବାର ସମୟ ଆଜି ଆସିଯାଇଛି .ଆସନ୍ତୁ ସଭିଏଁ ଏକାଠି ହେବା ଓ ସମସ୍ତଙ୍କ ମନରେ ଓଡ଼ିଆ ଭାଷା ଓ ଓଡିଶା ଭୂମି ପ୍ରତି ମମତା ଜାଗ୍ରତ କରାଇବା.
"ହସିବ ଓଡ଼ିଶା, ଆଗେଇବ ଓଡ଼ିଶା"
🙏ଜୟ ଜଗନ୍ନାଥ 🙏
~ରଶ୍ମିରଂଜନ ନାୟକ (ସଂଯୋଜକ)

...CLICK ON THE IMAGE TO PLAY...
...CLICK ON THE IMAGE TO PLAY...
ସୁନ୍ଦର ସୁନ୍ଦର କବିତା ପଢ଼ିବା ପାଇଁ ତଳେ click କରନ୍ତୁ
🙏 ବିଭବ ପତ୍ରିକା 🙏
🙏 ବିଭବ ପତ୍ରିକା 🙏
ଶିକ୍ଷଣୀୟ ତଥା ଅନୁସନ୍ଧାନ ମୂଳକ ପ୍ରବନ୍ଧ ପଢ଼ିବା ପାଇଁ ତଳେ click କରନ୍ତୁ |
🙏 ବିଭବ ପରିବାର 🙏
🙏 ବିଭବ ପରିବାର 🙏
ମନଛୁଆଁ ତଥା ମଜାଳିଆ କାହାଣୀ ପଢ଼ିବା ପାଇଁ ତଳେ click କରନ୍ତୁ |
🙏 ବିଭବ ପରିବାର 🙏
🙏 ବିଭବ ପରିବାର 🙏
......ମହାମହୀମଙ୍କ ଲେଖନୀରୁ......
ଓଡ଼ିଆ ସାହିତ୍ୟ ଜଗତକୁ ସରସ ସୁନ୍ଦର ତଥା ରୁଦ୍ଧିମନ୍ତ କରି ଗଢି ତୋଳିବା ପାଇଁ ଓଡ଼ିଶା ମାଟିରେ ଅବତିର୍ଣ୍ଣ ହୋଇଥିବା ସାରସ୍ୱତ ସାଧକଙ୍କ ଲେଖନୀ ମୁନରୁ କିଛି କବିତା,
...CLICK ON THE IMAGE & PLAY...
ବିଭବ ସମସ୍ତ ତରୁଣ ତଥା ପ୍ରବୀଣଙ୍କୁ ଆହ୍ୱାନ କରୁଅଛି ଆପଣ ମଧ୍ୟର ଆମର ଏହି ଜାତୀୟତାର ଆନ୍ଦୋଳନରେ ଯୋଡି ହୁଅନ୍ତୁ | ନିଜ ମନର କଥାକୁ କବିତା ତଥା ପ୍ରବନ୍ଧ କିମ୍ବା ଗଳ୍ପ ଆକାରରେ ଲେଖି ଆମକୁ ପଠାନ୍ତୁ |
" ସଭିଏଁ ମିଶିବା ଜାତୀୟତା ଆନ୍ଦୋଳନ ଜିତିବା "
" ସଭିଏଁ ମିଶିବା ଜାତୀୟତା ଆନ୍ଦୋଳନ ଜିତିବା "